ବାଙ୍କୀ :ଜମିବାଡ଼ି ସଂପତ୍ତିକୁ ନେଇ ଗୋଟିଏ ପରିବାରର ଦୁଇଭାଇଙ୍କ ମଧ୍ୟରେ ହଣାକଟା, ତିନି ଆହତ, ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ । ସୂଚନା ଅନୁସାରେ ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମର ବଡ଼ବାପା ପୁଅ ଭାଇ ଓ ଦାଦାପୁଅ ଭାଇ ଗଛ କଟାକୁ ନେଇ ସକାଳେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା ।
ପରେ ଟାଙ୍ଗିଆରେ ହାଣିବାରୁ ରତ୍ନାକର ମହାରଣା, ତାରେଶ୍ୱର ମହାରଣା ଓ ସମାଜସେବୀ ପ୍ରହଲ୍ଲାଦ ମହାରଣାଙ୍କ ଆହତ ଅବସ୍ଥାରେ ବାଙ୍କୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସ୍ୟା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି । ପୂର୍ବ ଶତ୍ରୁତାରୁ ଉଭୟଙ୍କ ପକ୍ଷରୁ ବାଙ୍କୀ ଥାନାରେ ଅପରାହ୍ନରେ ଲିଖିତ ଅଭିଯୋଗ କରାଯାଇଛି ।