ସୋର : ସୋର ଥାନା ଅନ୍ତର୍ଗତ ଅସିମିଳା ଗ୍ରାମସ୍ଥ ସତ୍ୟବାଦୀ ଯୁବକ ସଂଘ ଆୟୋଜିତ ରକ୍ତଦାନ ଶିବିରରୁ ଭଦ୍ରକ େରେଡ୍କ୍ରସ୍ ବ୍ଲଡ ବ୍ୟାଙ୍କ ତତ୍ୱାବଧାନରେ ୫୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଯାଇଛି । ଡ. ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟ ଓ ମହେଶ୍ୱର ଉପାଧ୍ୟାୟ ମିଳିତ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।
ଡ. ଆଚାର୍ଯ୍ୟ ସ୍ୱାସ୍ଥ୍ର୍ୟ ପରିକ୍ଷା କରିଥିବା ବେଳେ ଏଲ୍ଟି ସାଧୁସୁଦନ ବେହେରା, ରୂପକ କୁମାର ସେନାପତି, ସେକ୍ ବୁଧିଆ ଓ ପ୍ରକାଶ ରାଉତ ପ୍ରମୁଖ ଏହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ଘୋଷିତ ଲକ୍ ଡାଉନ୍ ଗାଇଡ୍ ଲାଇନ୍ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରାଯାଇ ରକ୍ତ ସଂଗ୍ରହ ସକାଳ ୯ଟାରୁ ୧୨ଟା ମଧ୍ୟ୍ୟରେ ଶେଷ ହୋଇଥିଲା ।
ଶ୍ରୀଧର ଉପାଧ୍ୟାୟ, ଭାଷ୍କର ଜେନା, ଦାମୋଦର ପଣ୍ଡା, ବ୍ରଜମୋହନ ପଣ୍ଡା, ବ୍ରଜମୋହନ ସାମଲ, ଅଲେଖ ଜେନା, ପର୍ଶୁରାମ ପଣ୍ଡା, ଅଜୟ ଜେନା, ଗଜବନ୍ଧୁ ବେହେରା, ବିଷ୍ଣୁମୋହନ ରାଉତ, ୱାର୍ଡ ସଭ୍ୟା ସୁମତୀ ମଲ୍ଲିକ, ଅଙ୍ଗନୱାଡୀ କର୍ମୀ ରିତା ଦାସ, ଲକ୍ଷ୍ୟ କମ୍ପିଟେଟିଭ୍ ଅନୁଷ୍ଠାନ ମୁଖ୍ୟ କବୀନ୍ଦ୍ର ପଣ୍ଡା, ପଥର ଶିଳ୍ପୀ ନରେନ୍ଦ୍ର ସାମଲ, ଶ୍ରୀଧର ମଲ୍ଲିକ, ରବୀନ୍ଦ୍ର ନାୟକ, ମହେନ୍ଦ୍ର ସାହୁ ଓ ଗୈାରୀ ଶଂକର ଘଡାଇ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।