Odisha news

ସୋରରେ ଆର.ଏସ .ଏସ ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ

0

ସୋର :  ସୋରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି । କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ଘୋଷିତ ଗାଇଡ୍ ଲାଇନ୍ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରାଯାଇ ଏହି ପର୍ବ ବିଧି ରକ୍ଷା ଦୃଷ୍ଟିରୁ ପାଳନ କରାଯାଇଛି । ଅନ୍ନପୂର୍ଣ୍ଣା ରାଇସ୍ ମିଲ୍, ଅଡଙ୍ଗ ବଜାର, ରାଇପୁର ଓ ମେଘମାଧବ ଗ୍ରାମରେ ପାରିବାରିକ ସଂପର୍କରେ ଏହି ପର୍ବ ପାଳିତ ହୋଇଛି । ଏହି ଅବସରେ ସଂଘ ପ୍ରାର୍ଥନା, ଧ୍ୱଜ ଉତ୍ତଳନ ସହ ବୈାଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ପୂର୍ବ ବର୍ଷମାନଙ୍କରେ ଏହି ପର୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶତାଧିକ ସ୍ୱୟଂ ସେବକମାନେ ପାଳନ କରୁଥିବା ବେଳେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ କମ୍ ସଂଖ୍ୟାରେ କେବଳ ସଂଘ ବିଧି ରକ୍ଷା କରାଯାଇଛି । କାହ୍ନୁ ଚରଣ ବେହେରା, ସବ୍ୟସାଚୀ ରଣା, ବିଷ୍ଣୁମୋହନ ପଣ୍ଡା, ବିକ୍ରମ କେଶରୀ ମହାପାତ୍ର, ଜ୍ୟୋତି ପ୍ରକାଶ ଦାସ, ଡମ୍ବରୁଧର ନାୟକ, ରାକେଶ ମଲ୍ଲିକ, ମହିର ପାଣି, ଈଶ୍ୱର ଚନ୍ଦ୍ର ବେହେରା, ଗୈାରୀ ଶଂକର ଗଡାଇ, ରାଜାରାମ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.