ବାରିପଦା, : ଆଜି ମୟୂରଭଞ୍ଜ ଜିଲ୍ଲାରେ ୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କରୋନା ସଂଖ୍ୟା ୨୫୯କୁ ଛୁଇଁଛି । ରବିବାର ମୋଟ୍ ୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସ୍ଥାନୀୟ ଅଞ୍ଚଳର ଓ ୨ଜଣ କୋଭିଡ୍ ୱାରିଅର୍ସ ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ବଡସାହି ବ୍ଲକ ଓ ବେତନଟୀ ବ୍ଲକରୁ ଜଣେ ଲେଖାଏଁ ଏବଂ ବାରିପଦା ପୌରାଞ୍ଚଳର ଜଣେ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବାବେଳେ କାର୍ଯ୍ୟରତ ଥିବା ଦୁଇଜଣ କୋଭିଡ୍ ୱାରିଅର୍ସ ଶୁଳିଆପଦା ବ୍ଲକରୁ ଚିହ୍ନଟ ହୋଇଛନ୍ତି ।
ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ଜଣେ କରୋନା ଆକ୍ରାନ୍ତ ବେତନଟୀ ବ୍ଲକରୁ ଚିହ୍ନଟ ହୋଇଥିବାବେଳେ ହରିୟାଣା ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୨୫୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୭୪ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।
