ବାରିପଦା : ରାଜ୍ୟ ବ୍ୟାପି ୩୪ଟି ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଅମଲା ମାନଙ୍କର ଦାବିକୁ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିବାବେଳେ ଏହାକୁ ୫ଟି ସଚିବ ହସ୍ତକ୍ଷେପ କରି ପ୍ରତିଶୃତି ଦେଇଥିଲେ ଯେ, ନ୍ୟାଯ୍ୟ ଦାବୀଗୁଡିକ ଯଥାଶୀଘ୍ର ପୂରଣ କରାଯିବ । ମାତ୍ର ଆଜିକୁ ଦୀର୍ଘ ୩ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଦାବୀ ବର୍ତ୍ତମାନ ସୁଧା ପୂରଣ ହୋଇନାହିଁ । ତେଣୁ ରାଜ୍ୟ ଅମଲା ନେତୃବନ୍ଦଙ୍କ ନିଦେ୍ର୍ଦଶ କ୍ରମେ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାରେ କଣ କରାଯିବ ତାହାକୁ ନେଇ ଜିଲ୍ଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଥିଲା ଯେ, ଯଦି ସରକାର ଏହି ମାସ ସୁଦ୍ଧା ଦାବୀ ପ୍ରତି ଯନôବାନ ନହୁଅନ୍ତି ତାହାଲେ ରାଜ୍ୟ ନେତୃବୃନ୍ଦ ଯାହା କହିବେ ତାହା ଜିଲ୍ଲା ପାଳନ କରିବ । ତତ୍ସହିତ ଜିଲ୍ଲାର ନିଷ୍ପତି ଅନୁଯାଇ ଆଗାମୀ ଦିନରେ ଏକ ବଡଧରଣର ଆନେ୍ଦାଳନ କରାଯିବ ବୋଲି ମଧ୍ୟ ପ୍ରକାଶ କରାଯାଇଛି । ଉପରୋକ୍ତ ବିଷୟରେ ଜିଲ୍ଲା ସଦସ୍ୟ ମାନଙ୍କ ମତାମତ ଜାଣିବା ପାଇଁ ଏକ କାର୍ଯ୍ୟକାରୀ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମିଳିତ ଅମଲା ମଞ୍ଚର ଆବାହକ ଅସିତ୍ କୁମାର ମହାକୁଡ୍ରେ ଯୋଗଦେଇ ସଦସ୍ୟ ମାନଙ୍କୁ ଉତ୍ସାହିତ କରି ସରକାରଙ୍କ ନିକଟରେ ଅମଲା ମଞ୍ଚର ଦାବିର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଶାଖା ଉପସ୍ଥିତ ସମସ୍ତ ସଦସ୍ୟଙ୍କର ମତାମତ ନେଇ ନିଜ ଦାବି ପୂରଣ କ୍ଷେତ୍ରରେ ସମ୍ପୂର୍ଣ ରୂପେ ରାଜ୍ୟ ମଞ୍ଚକୁ ସହାୟତା କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିସହ ଦାବି ପୂରଣ ନହେଲେ ମୟୂରଭଞ୍ଜ ଜିଲ୍ଲା ଶାଖା ପୁନର୍ବାର ଆନେ୍ଦାଳନ ରାସ୍ତରେ ଯିବା ପାଇଁ ରାଜ୍ୟ ନେତୃବୃନ୍ଦଙ୍କ ସହ ସବୁବେଳେ ପ୍ରସ୍ତୁତ ହେଇ ରହିବ ବୋଲି ମଧ୍ୟ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମତବ୍ୟକ୍ତ କରିଛନ୍ତି । ଆଜିର ଏହି ବୈଠକରେ ଜିଲ୍ଲା ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ଟୁଡୁ, କୋଷାଧ୍ୟକ୍ଷ ରୂପକ ମହାରଣା, ଗଣମାଧ୍ୟମ ସମ୍ପାଦକ ଶାନ୍ତନୁ କୁମାର କର, ସକ୍ରିୟ ସଦଶ୍ୟ ମିହିର ଜ୍ୟୋତି ମହାନ୍ତ, ମାନସ ମହାନ୍ତି, କୃଷ୍ଣଚନ୍ଦ୍ର ସାହୁ, ତପନ କୁମାର ବେହେରା, ଧୂର୍ବଚରଣ ପାଣିଗ୍ରାହୀ, ତନ୍ମୟ କୁମାର ଦାସ, ଜ୍ୟୋତିଷ ନାୟକ, ସସ୍ମିତା ପଣ୍ଡା, ମିନାକ୍ଷୀ ଗୋଚ୍ଛାୟତ, ଅର୍ପିତା ଷଡ଼ଙ୍ଗୀ, ସଂଜିତ୍ କୁମାର ଗିରି, ସନ୍ତୋଷ କୁମାର ମହାନ୍ତି, ବୈଦ୍ୟନାଥ ମିଶ୍ର, ସୁନୀତା ମୋହାପାତ୍ର, ସତ୍ୟ ରଞ୍ଜନ ମହାନ୍ତ, ନିରଞ୍ଜନ କାଣ୍ଡ, ମହେନ୍ଦ୍ର ଭଞ୍ଜ, ଅଞ୍ଜନା ମହାନ୍ତ ଓ ଶୁଭ୍ର ମଲ୍ଲିକା ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।