Odisha news

ରାଜ୍ୟସ୍ତରୀୟ ଜୁନିୟର ବାଳକ ହକି ଚାମ୍ପିୟାନ୍ସିପରେ ମୟୂରଭଞ୍ଜ ଦଳ

0

ବାରିପଦା  : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପଡିଆରେ ଓଡିଶା ହକି ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଜୁନିୟର ବାଳକ ହକି ଚାମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଦଳର ଘୋଷଣା ହୋଇଛି । ଏହି ଦଳରେ ଅଧିନାୟକ ସାଗର ସୋରେନ ଓ ଉପ ଅଧିନାୟକ ରଞ୍ଜିତ ସିଂଙ୍କ ସମେତ ସୁମନ୍ତ ହେମ୍ବ୍ରମ, ଦୀପକ କୁମାର କିସ୍କୁ, ବିଷ୍ଣୁ କିସ୍କୁ, ମନୋଜ ସିଂ, ବାଜିନାଥ ମାର୍ଣ୍ଡି, ସୁନୀଲ ହାଁସଦା, ହରିହର ହାଁସଦା, ହେମାଳ ହେମ୍ବ୍ରମ, ମନୋଜ ସୋରେନ, ତାରସ ମୁର୍ମୁ, ରାମ ହେମ୍ବ୍ରମ, ସଂଜୀବ କୁମାର ସିଂ, ରାଜା ସିଂ, ହୁଡିଙ୍ଗ ସୋରେନ, ସୁନା ମୁର୍ମୁ ଓ ଅରୁଣ କୁମାର ସୋରେନ ସାମିଲ ଅଛନ୍ତି । ଜୁଲିଆନୀ ବାଗେ କୋଚ୍ ଭାବେ ଦଳ ସହିତ ଗସ୍ତ କରିଛନ୍ତି । ମୟୂରଭଞ୍ଜ ତାର ପ୍ରଥମ ମ୍ୟାଚ କଳାହାଣ୍ଡି ସହ ଆସନ୍ତା କାଲି ୯ତାରିଖ ଦିନ ଖେଳିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଜଣାଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ତଥା ମୟୂରଭଞ୍ଜ ହକି ଏସୋସିଏସନର ସଭାପତି ବିନୀତ ଭରଦ୍ୱାଜ ଓ ଅତିରିକ୍ତ ଜିଲ୍ଲାପାଳ ତଥା ସମ୍ପାଦକ ଅକ୍ଷୟ ସୁନୀଲ ଅଗ୍ରୱାଲ ଦଳର ସଫଳତା କାମନା କରିଛନ୍ତି ।

Nalco
Leave A Reply