Odisha news

ପିଆରଏମ ରେ ପୁଣି ଶିଶୁ ଅଦଳ ବଦଳ ଅଭିଯୋଗ, ଡିଏନଏ ପରୀକ୍ଷା ଦାବୀରେ ପରିବାର

0

ବାରିପଦା  : ପିଆରଏମ୍ ମେଡିକାଲ କଲେଜ୍ ଏଣ୍ଡ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ । ପୁଅ ଜନ୍ମ ହେବାର ଦେଖିଥିଲେ ମାଆ । ହେଲେ ପ୍ରସୂତୀ କକ୍ଷରୁ ଝିଅ ସହ ବାହାରିଲେ ପ୍ରସୂତୀ । ଡିଏନଏ ଟେଷ୍ଟ ପାଇଁ ଦାବି କଲେ ପରିବାର ଲୋକେ । ଏଠାରେ ସୂଚନାଯୋଗ୍ୟ ଯେ, କୁଳିଅଣା ଥାନା ଅନ୍ତର୍ଗତ କିଶନ ଡାହି ଅଞ୍ଚଳର ରଙ୍ଗଲାଲ ସିଂ ଓ ତାଙ୍କ ପରିବାର ଲୋକେ କରିଛନ୍ତି ଏଭଳି ସାଙ୍ଘାତିକ ଅଭିଯୋଗ । ପ୍ରସୂତି ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ଗତ ବୁଧବାର ତାଙ୍କ ପନôୀ ରଶ୍ମିତାଙ୍କୁ ପ୍ରସବ ବେଦନା ହେବାପରେ ପିଆରଏମ ମେଡିକାଲକୁ ଆଣିଥିଲେ । ପହଞ୍ଚିବା ମାତ୍ରେ ପ୍ରସୂତୀ କକ୍ଷର ବାହାର ବାରଣ୍ଡାରେ ଷ୍ଟ୍ରେଚର ଉପରେ ହିଁ ତାଙ୍କର ଏକ ପୂତ୍ର ସନ୍ତାନ ଜନ୍ମ ହୋଇଯାଇଥିଲା । ଯାହା ରସ୍ମିତାଙ୍କ ମାଆ ଦେଖିଥିଲେ । ହେଲେ ସଙ୍ଗେ ସଙ୍ଗେ ପ୍ରସୂତୀ ନର୍ସ ମାନେ ଆସି ତାଙ୍କ ଷ୍ଟ୍ରେଚରକୁ ଭିତରକୁ ଟାଣି ନେଇଥିଲେ । କିଛି ସମୟ ପରେ ସେମାନେ ଏକ କନ୍ୟା ସନ୍ତାନ ସହିତ ରସ୍ମିତାଙ୍କୁ ବାହାରକୁ ଆଣି ପରିବାର ଲୋକଙ୍କ ହାତକୁ ଦେଇଥିଲେ । ତେବେ ପରିବାର ଲୋକେ ଅଭିଯୋଗ କରିବାରୁ ମେଡିକାଲ କର୍ମଚାରୀ ମାନେ ତାଙ୍କୁ ଓଲଟା ଧମକ ଚମକ ଦେଇଥିବାର କଥା କହିଛନ୍ତି ରସ୍ମିତାଙ୍କ ମାଆ । ରସ୍ମିତାଙ୍କ ସ୍ୱାମୀ ନିଜ ପୁତ୍ର ସନ୍ତାନ ବଦଳରେ କନ୍ୟା ସନ୍ତାନ ନେବାକୁ ମନା କରି ଦେଇଥିବାବେଳେ ମେଡିକାଲ ପିଣ୍ଡା ରେ ନ୍ୟାୟ ଲାଗି ଅପେକ୍ଷା କରିଛନ୍ତି । ଡିଏନଏ ଟେଷ୍ଟ କରି ପ୍ରକୃତ ସତ୍ୟ ଜାଣିବା ଲାଗି ଦାବୀ କରିଛନ୍ତି । ଏ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ତେବେ ପିଲା ବଦଳ ଅଭିଯୋଗ ଘଟଣା ପିଆରଏମ ମେଡିକାଲରେ ଏହା ପ୍ରଥମ ଘଟଣା ହୋଇନଥିବାବେଳେ ପୂର୍ବରୁ ମଧ୍ୟ ଏଭଳି ଘଟଣା ସମ୍ନାକୁ ଆସିଥିଲା । ଡିଏନଏ ରିପୋର୍ଟ ଆସିବା ପରେ ଏହାର ସମାଧାନ ହୋଇଥିଲା । ତେଣୁ ଆଜି ପୁଣି ଏଭଳି ଏକ ଘଟଣାର ପୁନରାବୃର୍ତ୍ତି ହୋଇଥିବା ବେଳେ ଏହାର ସମାଧାନ କେବଳ ଡିଏନଏ ରିପୋର୍ଟ ହିଁ କରିପାରିବ ବୋଲି କୁହାଯାଉଛି ।

Leave A Reply