Odisha news

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା : ଜିଲ୍ଲାସ୍ତରକୁ ୯୦ଜଣ ମନୋନୀତ

0

ଭୋଗରାଇ-୨୯/୦୯ : ଛାତ୍ରଛାତ୍ରୀଙ୍କ ସୁସ୍ଥ ଶରୀର ଗଠନ ଓ ମାନସିକ ଏକାଗ୍ରତାକୁ ସୁଦୃଢ କରିବା ନିମନ୍ତେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କ୍ରୀଡ଼ା ସଂଘ ପକ୍ଷରୁ ବ୍ଲକସ୍ତରୀୟ ଦୁଇଦିନିଆ ଦୌଡ଼ ଓ ଖେଳକୁଦ ପ୍ରତିଯୋଗୀତା ଉଦ୍ଘାଟିତ ହୋଇଯାଇଛି । ଜଳେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଦୌଡ଼ ଖେଳକୁଦ ପ୍ରତିଯୋଗୀତାରେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ମୁଖ୍ୟ ଅତିଥିଭାବ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗୀତାକୁ ଉଦ୍ଘାଟନ କରିଥିଲେ । ଭୋଗରାଇ ବ୍ଲକର ସମସ୍ତ ୫୩ଟି ହାଇସ୍କୁଲ, ପ୍ରାୟ ୩୦ଟି ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ୯୦ଜଣ ବାଳକ ଓ ବାଳିକାଙ୍କୁ ମନୋନୀତ କରାଯାଇଛି । ଏହି କ୍ରୀଡ଼ା ପ୍ରତିଯୋଗୀତାର ଉଦ୍ଘାଟନୀ ଉତ୍ସବରେ ବ୍ଲକ କ୍ରୀଡ଼ାସଂଘ ସଭାପତି ତଥା ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କୋମଳ ଲୋଚନ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି , ମୁଖ୍ୟବକ୍ତାଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମୀନାରାଣୀ ସାସସଲ, ସମ୍ମାନୀତ ଅତିଥି ଭାବେ ଓଷ୍ଟାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଜେନ୍ଦୁ ବିକାଶ ପାତ୍ର, ଜଳେଶ୍ୱରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦତ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଯଜେ୍ଞଶ୍ୱର ଜେନା, ଜ୍ୟୋତ୍ସ୍ନାରାଣୀ ପଣ୍ଡା ପ୍ରମୁଖ ଯୋଗେଦେଇ ଖେଳକୁଦର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ । ଶିକ୍ଷକ ଗୋବର୍ଦ୍ଧନ ଜେନା କ୍ରୀଡ଼ାର ଲକ୍ଷ ଓ ଉଦେ୍ଦଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସର୍ବଶ୍ରୀ ସ୍ୱପ୍ନେନ୍ଦୁ ଶେଖର ଆ·ର୍ଯ୍ୟ , ପ୍ରଶାନ୍ତ କୁମାର ମହାନ୍ତି, ତାରାପଦ ସେଠୀ, ମନ୍ମଥ କୁମାର ବେହେରା, ଚକ୍ରଧର ମହାନ୍ତି, ସୁଶାନ୍ତ ନାୟକ, ସୁଶାନ୍ତ ଗିରି, ଶ୍ରୀକାନ୍ତ ଚରଣ ଜେନା, ଉତ୍ତମ ଜେନା, ବିଶ୍ୱଜିତ ଜେନା, ନମିତା ଜେନା, ରଞ୍ଜିତା ·ନ୍ଦ, ଶିବାନୀ ଜେନା, ସଂଞ୍ଜୁବାଳା ଦାସ ପ୍ରମୁଖଙ୍କ ସମେତ କ୍ରୀଡ଼ା ଶିକ୍ଷକମାନେ ପୃଥକ ଭାବେ ବିଭିନ୍ନ ଖେଳ ପରି·ଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ସମ୍ପାଦକ ହିମାଂଶୁ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜଳେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply