Odisha news

ଆଦିବାସୀ ସେଙ୍ଗେଲ ଅଭିଯାନର ପକ୍ଷରୁ ୧୮ତାରିଖରେ ମୟୂରଭଞ୍ଜ ବନ୍ଦ ଡାକରା

0

ବାରିପଦା : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟି ଏବଂ ଭାରତ ଦିଶୋମ ଆଦିବାସୀ ସମାଜର ସଂଯୋଜକ ଜିତେନ୍ଦ୍ରନାଥ ହେମ୍ବ୍ରମଙ୍କ ମିଳିତ ତତ୍ତ୍ୱାବଧାନରେ ଶୁକ୍ରବାରକୁ ବାରିପଦା ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚଳିତ ମାସ ୧୮ତାରିଖ ଜେଏମଏମ, ଟିଏମ୍ସି ପାର୍ଟୀ ଏବଂ ଓଡିଶା ସରକାର ବିରୋଧରେ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯିବାର ନିଷ୍ପତ୍ତି ନିଆଯିବା ସହ ଭୋଟ ବ୍ୟାଙ୍କର ସୁବିଧା ପାଇଁ କୁଡୁମୀ ମାନଙ୍କୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ଇସୁକାଇ ଏବଂ ସମର୍ଥନ ଦେଇ ଜବରଦସ୍ତି ଅସମ୍ବିଧାନିକ ପ୍ରକ୍ରିୟାରେ ସର୍ଭେ କରିବାର ନିଦେ୍ର୍ଦଶ ଜାରି କରି ଆଦିବାସୀମାନଙ୍କର ଡେଥ୍ ୱାରେଣ୍ଟ ପ୍ରସ୍ତୁତ କରିଥିବା ବିରୋଧରେ ୧୨ ସେପ୍ଟେମ୍ବରକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉକ୍ତ ତିନି ଗୋଟି ରାଜନୈତିକ ଦଳର କୁଶପୁତ୍ତଳିକା ଦାହ କରିବାର ନିଷ୍ପତ୍ତି ନିଆଯାଇଅଛି ଏବଂ ଗତ ସେପ୍ଟେମ୍ବରକୁ ପୂର୍ବତନ ସାଂସଦ ସହ ସେଙ୍ଗେଲର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁଙ୍କ ଦ୍ୱାରା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉକ୍ତ ଅସମ୍ବିଧାନିକ ସର୍ଭେକୁ ସ୍ଥଗିତ କରାଯିବାର ଦାବୀପତ୍ର ଅନୁସାରେ ଯଦି ଆସନ୍ତା ୧୫ ସେପ୍ଟେମ୍ବର ସୁଦ୍ଧା ସର୍ଭେ ପ୍ରକ୍ରିୟାର ଆଦେଶକୁ ପ୍ରତ୍ୟାହାର କରାନଗଲେ ତେବେ ୧୮ ସେପ୍ଟେମ୍ବରକୁ ମୟୂରଭଞ୍ଜ ବନ୍ଦ କରାଯିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି କରାଯାଇଛି । ଉକ୍ତ ବୈଠକରେ ରାଇରଙ୍ଗପୁର ଜୋନାଲ କମିଟିର ସଭାପତି କାଳୁରାମ ମୁର୍ମୁ, ମହିଳା ଜୋନାଲ ସେଙ୍ଗେଲ ସଭାପତି ପାନମଣି ହେମ୍ବ୍ରମ, ଉପସଭାପତି ବାହାଦୁର, ବିକାଶ ଚନ୍ଦ୍ର ହେମ୍ବ୍ରମ, ବାବୁଲୁ ମୁର୍ମୁ, ଉଦୟନାଥ ହେମ୍ବ୍ରମ, ବନମାଳୀ ହାଁସଦାଃ, କାଳିଚରଣ ମୁର୍ମୁ ଓ ଚୈତନ୍ୟ ହେମ୍ବ୍ରମ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

Leave A Reply