Odisha news

ନନ୍ଦ ଉତ୍ସବ ନାଟକ ପେଣ୍ଡାଲ ରେ ମାଡ଼ପିଟ : ତିନି ଗିରଫ

0
ଦଶପଲ୍ଲା ୮/୯ : ଗୁରିବାରେ ଅନୁଷ୍ଠିତ ହୋଇ ଯାଇଛି ନନ୍ଦ ଉତ୍ସବ ।ଏହି ଉତ୍ସବ ଧୁମ ଧାମ ରେ ପାଳିତ ହୋଇଥିବା ବେଳେ ଦଶପଲ୍ଲା ଥାନା ନୂଆସାହି ସ୍ଥିତ ଶ୍ରୀ ଶ୍ରୀ ରାଧା କୃଷ୍ଣ ଙ୍କ ନନ୍ଦ ଉତ୍ସବ ଧୁମ ଧାମ ରେ ପାଳିତ ହୋଇଥିଲା । ଏ ଅବସରରେ ରାତିରେ ନାଟକ ଚାଲିଥିବା ସମୟ ରେ ସେହି ଗ୍ରାମର ଗୋବିନ୍ଦ ବେହେରା,ରଞ୍ଜନ ବେହେରା, ସନାତନ ବେହେରା ନାଟ ପେଣ୍ଡାଲ ରେ ଚଢି ଗାଳି ଗୁଳଜ କରିବା ସହ ଲାଇଟ ମାଇକି ଭାଙ୍ଗି ଦେଇଥିଲେ ଏପରିକି ନାଟ ଦେଖିବାକୁ ଯାଇଥିବା ଦେଢସର ଗ୍ରାମର ପ୍ରଶାନ୍ତ ଦେହୁରୀ କୁ ଏକ ପଥର ରେ ବାଡ଼ାଇ ମୁଣ୍ଡ ଫଟାଇ ଦେଇଥିଲେ । ଏ ନେଇ ନୂଆ ସାହି ଗ୍ରାମର ସଭାପତି ବିଭୁତି ଖୁଣ୍ଟିଆ ଓ ଗ୍ରାମବାସୀ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗୋବିନ୍ଦ, ରଞ୍ଜନ ଓ ସନାତନ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Ad2
Leave A Reply