ବାରିପଦା : ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ । ୬ଷ୍ଠ ବର୍ଷରେ ପଦାର୍ପଣ କରିଛି ମୟୂରଭଞ୍ଜ ମହୋତ୍ସବ । ଆସନ୍ତା ନଭେମ୍ବର ୧ତାରିଖରୁ ଆରମ୍ଭ ହୋଇ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପରିକ ନୃତ୍ୟ ଗୀତରେ ତାଳେ ତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଛଉପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ କାରନିଭାଲ ସୋ । ନଭେମ୍ବର ୨ତାରିଖରୁ ଆସନ୍ତା ୧୦ଦିନ ଧରି ବାରିପଦାର ଐତିହାସିକ ଛଉପଡିଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଏହି ବର୍ଷ ମଞ୍ଚର ସଭାବୃଦ୍ଧି କରିବ ଖିଚିଂର ମା କିଚକେଶ୍ୱରୀ ମନ୍ଦିର ସହିତ ଚନ୍ଦ୍ର ଶେଖର ମନ୍ଦିର ଏବଂ ବିଶ୍ୱପ୍ରସିଦ୍ଧ କେଶନା ଗାଁ ର ପଥର ଶିଳ୍ପୀଙ୍କ କାରୁକାର୍ଯ୍ୟ । ଓଡ଼ିଆ ସିନେ ଜଗଗତର ସୁପାରଷ୍ଟାର ଉତ୍ତମ ମହାନ୍ତି, ଅସିତ ପତି, ପପୁ ପମପମ୍, ସ୍ୱରାଜ ବାରିକ, ସନମିରା, ଅନିମେଶ ଘୋଷ, ଗାୟକ ଅସୀମା ପଣ୍ଡା, ଇରା ମହାନ୍ତି, ଅନନ୍ୟା ଶ୍ରିତମ ନନ୍ଦ, ସତ୍ୟଜିତ ପ୍ରଧାନ ପ୍ରମୁଖ ବହୁ ନାମିଦାମୀ କଳାକାର ଏହି ମଞ୍ଚରେ କଳା ପ୍ରଦର୍ଶନ କରି ଲୋକଙ୍କୁ ମନୋରଞ୍ଜନର ଖୋରାଖ ଯୋଗାଇବେ । ଏଥିସହିତ ବଲିଉଡ ଗାୟିକା ସାଧନା ସରଗମ୍, ଇଣ୍ଡିଆନ ଆଇଡଲ ଫେମ୍ ଅଙ୍କିତା ପାତ୍ର ପ୍ରମୁଖ ମଧ୍ୟ ଏହି ମଞ୍ଚରେ ଲୋଙ୍କୁ ମନୋରଞ୍ଜନ କରିବେ । ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ଅବା ଭୁଲିବ କିଭଳି ଏହି ମୟୂରଭଞ୍ଜ ମହୋତ୍ସବ । ଏଥିପାଇଁ ପ୍ରସ୍ତୁତ ହୋଇଛି ୩ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ କଳାକାରଙ୍କ ସମେତ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଆସାମର ସାନ୍ତାଳୀ କଳାକାର ମଙ୍ଗଲ ହାଁସଦା, କଳ୍ପନା ହାଁସଦା, ମଧୁସ୍ମିତା ସୋରେନ ମୁର୍ମୁ, ମଲ୍ଲୀ ହେମ୍ବ୍ରମ୍, ରାମ ମାରାଣ୍ଡି ଓ ଲକ୍ଷ୍ମଣ ସୋରେନ ପ୍ରମୁଖ ଯୋଗଦେଇ ନିଜ କଳା ମାଧ୍ୟମରେ ଜିଲ୍ଲାବାସୀଙ୍କୁ ବିମୋହିତ କରିବେ । ସେହିଭଳି ଜିଲ୍ଲାର ଝୁମର କଳାକାରଙ୍କ ସମେତ ପ୍ରତିଷ୍ଠିତ ଗାୟିକା ଉର୍ମିଳା ମହାନ୍ତଙ୍କ ସହିତ ଗୌତମ ଓ ପମି ସ୍ୱରର ତାଳରେ ଝୁମିବେ ଦର୍ଶକ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଆୟୋଜକ କମିଟି । ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲା ମାନଙ୍କର କଳାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୂଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପରିକ ଖାଦ୍ୟ ମୁଢିÿ ମାଂସ ସହ ଅନ୍ୟାନ୍ୟ ସମ୍ପ୍ରଦାୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ୧୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲିବ ଏହି ମହୋତ୍ସବରେ । ପ୍ରତିଦିନ ସନ୍ଧ୍ୟା ୫ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା କହିଛନ୍ତି । ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ଫି ଜୋନର ବ୍ୟବସ୍ଥା କରାଯିବ ମହୋତ୍ସବରେ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ପୁରୁଣା ସ୍ମୃତିକୁ ସାଉଁଟି ସେଲ୍ଫି ଜୋନ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି ଆୟୋଜକ କମିଟି । ମୟୂରଭଞ୍ଜ ମହୋତ୍ସବ କମିଟି ସଭାପତି କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଧକ୍ଷ୍ୟ ଅସିତ ପତି, କାର୍ଯ୍ୟକାରୀ ସଭାପତି ସଂଜୀବ ଦ୍ୱିବେଦୀ, ଉପସଭାପତି ବିପ୍ଳବ ବାରିକ, ଚନ୍ଦ୍ର କୁମାର, ଶ୍ୟମାଲେନ୍ଦୁ ଦାସ, ସୁଜିତ ମହାନ୍ତି, ସଂଜୟ ଚୌଧୁରୀ, ପ୍ରସନ କୁମାର ମହାପାତ୍ର, ଉମେଶ ପଟ୍ଟନାୟକ, ଉପଦେଷ୍ଟା ଗିରୀଶ ଚନ୍ଦ୍ର ଦାସ, ବିଶ୍ୱଜିତ ନାୟକ,ସଂଗଠନ ସମ୍ପାଦକ ବିପ୍ଳବ ବୁଗୁଡେଇ, ଜଗେଶ୍ୱର ବେହେରା, ରାକେଶ ସିଂ, ରବୀନ ମହାନ୍ତି, ରାଜୀବ ଜେନା, ସମ୍ପାଦକ ଶୁଭେନ୍ଦୁ ସାହୁ, ଲାଲବାହାଦୁର ମହାନ୍ତି, ଜିତେନ୍ଦ୍ର ହେମ୍ବ୍ରମ, ତରୁଣ ମହାନ୍ତି, ମୂର୍ଚ୍ଛନା ଦାସ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ଲଡ଼ୁକେଶ୍ୱର ରଣା, କାର୍ଯ୍ୟକ୍ରମ ପରିଚାଳକ ତାପସ ପାଢ଼ୀ, ମୁଖପାତ୍ର ସତ୍ୟଜିତ ସୋମ, ନିମାଇଁ ତ୍ରିପାଠୀ, ଅରୁଣ ବରାଡ଼, ପ୍ରୋଗ୍ରାମ ସହଯୋଗୀ ସତ୍ୟମ ପାଣି, ରାଜେଶ ଦାସ, କୁମାରେଶ ନାୟକ, ମାନସ ପତି, କୋଷାଧକ୍ଷ ଫାଲଗୁନୀ ମହାନ୍ତି, ରାକେଶ ବେହେରା, ଅଭିଷେକ ବେହେରା କପ୍ତିପଦା ଉପଖଣ୍ଡରୁ ସବିତା ହାଁସଦା, ଉଦଳା ଏନଏସି ଉପାଧ୍ୟକ୍ଷ ଲିଲି ଭୋଳ, ମମତା ଟୁଡୁ, ଯମୁନା ମାରାଣ୍ଡି, ସଂଜୟ ହାଁସଦା, ଭଗବାନ ମହାପାତ୍ର, ବାମନଘାଟି ଉପଖଣ୍ଡ ରୁ ସୁଜିତ ପଟ୍ଟନାୟକ, ସୁରଥ ପଟ୍ଟନାୟକ, ତୁଷାର କାନ୍ତ ମହାନ୍ତ ଓ ବିଶ୍ୱରଂଜନ ପାଲ ପ୍ରମୁଖଙ୍କ ସହିତ ଶତାଧିକ ମୟୂରଭଞ୍ଜିଆ ଯୋଗଦାନ କରିଥିଲେ ।
