ମୟୁରଭଞ୍ଜ : ନିଶା ନେଲା ଜୀବନ। ମଦ ନିଶା ଗ୍ରସ୍ତ ହୋଇ ମାଆର ମମତାକୁ ଭୁଲିଗଲା ପୁଅ। ନିଶା ଗ୍ରସ୍ତ ଅବସ୍ଥାରେ ବଡ଼ ପୁଅ କୁଦାଳିରେ ନିଜ ଜନ୍ମ କଲା ମାଁ କୁ ହାଣି ହତ୍ୟା କରିଲା।
ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ର ସଦର ଥାନା ଅନ୍ତର୍ଗତ ଦୁଧିଆଷୋଳ ଗ୍ରାମରେ। ମୁତକ ମା ହେଲେ ଗୁରୁବାରୀ ସିଂ। ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଘରେ ପାରିବାରିକ କଳହ ଲାଗିରହିଥିଲା।
ମୁତକର ସ୍ୱାମୀ ଲକ୍ଷ୍ମଣ ସିଂ କହିବା ଅନୁଯାୟୀ ପୁଅ ଆଜି (ଶନିବାର) ଦିନ ସକାଳୁ ଅତିରିକ୍ତ ମଦ ପାନ କରି ଘରେ ପାଟିତୁଣ୍ଡ କରିବା ସହ ଘରେ କେହି ନଥିବାର ସୁଯୋଗ ନେଇ କୁଦାଳିରେ ମୁଣ୍ଡକୁ ଚେଞ୍ଚି ହତ୍ୟା କରିଛି। ବାରିପଦା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୁଦାଳୀ ଜବତ କରିବା ସହ ଅଭିଯୁକ୍ତ ବଡ଼ ପୁଅ ବୁଧୁ ସିଂ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।