ମୟୁରଭଞ୍ଜ : ସରକାରଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଡେଙ୍ଗୁରା ପିଟୁଥିବା ବେଳେ,ପ୍ରକୃତ ରୂପ ଲୋକଲୋଚନକୁ ଆସୁଥିଲେ ମଧ୍ୟ ସରକାର ଏହାର ପ୍ରତିକାର ବ୍ୟବସ୍ଥା କାହିଁକି କରୁ ନାହାଁନ୍ତି ??କୁଆଡେ ଗଲେ ନିରୀକ୍ଷକ , ଲୋକଙ୍କ ପାଇଁ ଉତ୍ତମ ସ୍ଵାସ୍ଥ୍ୟ ସେବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଡିଡିମ୍ବ ପିଟୁଛନ୍ତି । ଏବଂ ସରକାର ବାରମ୍ବାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ।
କୋଟି କୋଟି ଟଙ୍କାର ଯୋଜନା କାହାପାଇଁ ? ଏଠି ଯୋଜନା ମାଳ ମାଳ ସ୍ୱାସ୍ଥ୍ୟସେବା ଦୁର୍ବଳ କାହିଁକି ?କେଉଁଠି ରୋଗୀ ବୁହାହେଉଛି ଖଟିଆରେ ତ କେଉଠି ରୋଗୀସେବା ସେବା ଚାଲିଛି ମୋବାଇଲ ଆଲୁଅରେ ପୁଣି ଆଜି ଦେଖିବାକୁ ମିଳିଛି ଚେଆରରେ ରୋଗୀକୁ ସାଲାଇନ ସେବା । ଆଜ୍ଞା ମୁ କହୁନି ତାର ଜ୍ଵଳନ୍ତ ଉଦାହରଣ ଆମ କ୍ୟାମେରାରେ କୋଏଦ ହେଇ ଥିବା ଚିତ୍ରକୁ ଟିକେ ଭଲ ଭାବେ ଦେଖନ୍ତୁ । କିଭଳି ଚାଲିଛି ସାରସକୋଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହାକୁ ନେଇ ଜନ ସାଧାରଣ ଅନେକ ଥର CDMO, ସ୍ଥାନୀୟ MLA, ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରତିଶୃତି ,ପ୍ରତିଶ୍ରୁତି ରେ ରହିଯାଉଛି ।
ରୋଗୀ ସହାୟକ ମାନେ କେତେବେଳେ ଅନ୍ଧାରରେ ତ ଆଉ କେତେବେଳେ ଫାର୍ମାସିଷ୍ଟ ମହୋଦୟଙ୍କ ଅତ୍ୟାଚାର ର ଶିକାର ହେଉଛନ୍ତି ରୋଗୀ। ଆଉ କେତେବେଳେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଡାକ୍ତରଖାନାର ଜରୁରୀକାଳୀନ ସେବା ନାଁ ରେ ନିଜ କୁଆଟର ରେ ଅନ୍ୟ କମ୍ପାନୀର ମେଡିସିନ ରଖି ଚାଲିଛି ଟଙ୍କା ରୋଜଗାର କରିବାର ପନ୍ଥା । ଅନ୍ୟପଟେ ଚିକିତ୍ସା ଜରୁରୀ ଥିବାରୁ ମେଡ଼ିକାଲ ର ସୁଇପର ମାଦ୍ୟମରେ ଆରମ୍ଭ କରନ୍ତି ରୋଗୀଙ୍କ ଅନ୍ଧାରୀ ଚିକିତ୍ସା ।ତେବେ ଏହି ସମସ୍ୟା ଆଜି କିମ୍ବା କାଲିର ନୁହଁ ବର୍ଷ ବର୍ଷ ଧରି ସାରସକଣା ଡାକ୍ତରଖାନାରେ ଏଭଳି ରହିଛି ସ୍ଥିତି । ବିଦ୍ୟୁତ ଚାଲିଗଲେ ରୋଗୀ ଅନ୍ଧାରରେ ରହିବା ସହ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି ।
ହଜାର ହଜାର ଲୋକ ସାରସ କଣା ପ୍ରାଥମିକ ଚିକିତ୍ସାଳୟ ଉପରେ ନିର୍ଭରଶୀଳ ଥିବା ବେଳେ ଏବେ ଭଗବାନ ଭରସାରେ ରୋଗୀ ସେବା ।ସୂଚନା ଅନୁଯାୟୀ, ଗତ କାଲି ରାତି 10.30 ସମୟରେ ସୁକାନ୍ତ ମହାକୁଡ଼ ଦେହ ଅସୁସ୍ଥ ହେବାରୁ ଘର ଲୋକ ସାରସ କଣା ପ୍ରାଥମିକ ଚିକିତ୍ସା ଳୟ କୁ ଆଣିଥିଲେ ହେଲେ ଉପସ୍ଥିତ ଥିବା ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ବେହେରା ରୋଗୀଙ୍କୁ ବାହାରେ ପଡିଥିବା ଚେଆରରେ ଶୁଆଇ ସାଲାଇନ ଦେବାର ଦୃଶ ଦେଖି ରଗିର ସମ୍ପର୍କୀୟ ପ୍ରତିବାଦ କରିବାରୁ ଫାର୍ମାସିଷ୍ଟ ଶ୍ରୀ ବେହେରା କହିଥିଲେ ନାଁ ଏଇଠି ଦିଆ ହେବ ।ତୁ ଡାକ୍ତର ନା ମୁ ଡାକ୍ତର କହିଥିଲେ । ଏଥିପ୍ରତି କେହି ଦୃଷ୍ଟି ଆକର୍ଷଣ ଦେଉ ନ ଥିବାବେଳେ ଆମ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ କି ଭଳି ଚାଲିଛି ତାହା ସ୍ପଷ୍ଟ ପ୍ରମାଣିତ କରୁଛି ।