Odisha news

ବାବା ଶ୍ରୀଶ୍ରୀ ବଳଗଣ୍ଡେଶ୍ୱର ଭାଗବତଟୁଙ୍ଗିର ଷଷ୍ଠ ବାର୍ଷିକଉତ୍ସବ

0

ବାରିପଦା : ସ୍ଥାନୀୟ ବଡବଜାର ସ୍ଥିତ ବାବା ଶ୍ରୀଶ୍ରୀ ବଳଗଣ୍ଡେଶ୍ୱର ମନ୍ଦିର ପରିସରରେ ଭାଗବତଜନ୍ମ ଉପଲକ୍ଷେ ଭାଗବତଟୁଙ୍ଗିର ଷଷ୍ଠ ବାର୍ଷିକୋସôବ ଅନୁଷ୍ଠିତ ହୋଇଯାଇଛି । ପୂଜକ ଗୌରୀଶଙ୍କର ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା ସହିତ ହୋମଯଜ୍ଞ ସମ୍ପନ୍ନ ହୋଇଥିଲା । ଶ୍ରୀମଦ୍ ଭାଗବତଙ୍କ ଆବିର୍ଭାବ ଓ ଭାଗବତଟୁଙ୍ଗିର ସଦସ୍ୟ ସମ୍ପର୍କରେ ମାନସ ଶେଖର ଭାଗବତ ପଣ୍ଡା ବିଷଦ ଭାବରେ ଆଲୋକପାତ କରିବା ସଙ୍ଗେସଙ୍ଗେ ଭକ୍ତମାନଙ୍କୁ ଭାଗବତଟୁଙ୍ଗି ପ୍ରତିଆକୃଷ୍ଟ କରିଥିଲେ ।

କରୋନା ମହାମାରୀ କଟକଣା ଯୋଗୁଁ ସାମାଜିକ ଦୂରତ୍ୱା ରକ୍ଷାକରି ଏହି କାର୍ଯ୍ୟକ୍ରମକୁ ସଭାପତି ଅଚୁ୍ୟତ୍ ପ୍ରସାଦ ମହାପାତ୍ର, ସମ୍ପାଦକ ସନ୍ତୋଷ ପାତ୍ର, ହରେକୃଷ୍ଣ ପସା, ଅମ୍ବିକା ପସା, ନରୋତ୍ତମ ପାଣିଗ୍ରାହୀ, ଉମାକାନ୍ତ ମହାପାତ୍ର, ଅରବିନ୍ଦ ରଥ, ଆଶୁତୋଷ ଆଚାର୍ଯ୍ୟ, ସିଦେ୍ଧଶ୍ୱର ରଣା, ପ୍ରବୀର ସାହୁ, ଭଗବତୀ ଦାଶ, କବିତା ସିଂହ, ବାସନ୍ତୀ ପସା, ସୁରେଖା ପାତ୍ର, ରିକା ପଣ୍ଡା, ସୁମନ ପାଣିଗ୍ରାହୀ ଓ ସମୀକ୍ଷା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply