ବାରିପଦା, (ସବୁ୍ୟ) : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ସ୍ନାତକ(ୟୁଜି), ପିଜି(ସ୍ନାତକୋତ୍ତର) ରେଗୁଲାର ସହ ବାକିପତ୍ର (ବେକ୍ ପେପର) ଶେଷସେମିଷ୍ଟାର ପରୀକ୍ଷା ଚଳିତମାସ ୨୧ତାରିଖ ଠାରୁ ଆରମ୍ଭହୋଇ ଅକ୍ଟୋବର ୧୦ତାରିଖ ମଧ୍ୟରେ ଅନଲାଇନ୍ ଜରିଆରେ ଅନୁଷ୍ଠିତ ହେବବୋଲି ସୂଚନା ଦିଆଯାଇଛି ।

ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ସହ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଇ-ମେଲ ଠିକଣା ଏବଂ କଲେଜ ୱେବ୍ସାଇଟ୍ ଡବ୍ଲୁ୍ୟଡବ୍ଲୁ୍ୟଡବ୍ଲୁ୍ୟ.ଏମପିସିଅଟୋକଲେଜ.ଓଆରଜି.ଇନ୍ ରେ ଉପଲବ୍ଧ ଅଛି । ସୁତରାଂ ପରୀକ୍ଷାର୍ଥୀମାନେ ସବିଶେଷ ସୂଚନା ନିମନ୍ତେ ସଂପୃକ୍ତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ଯୋଗାଯୋଗ କରିପାରିବେ । ଆଗାମୀପରୀକ୍ଷା ସୁଚାରୁ ସମ୍ପାଦନା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ଅକୁଣ୍ଠ ସହଯୋଗ କାମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here