Odisha news

ଷ୍ଟାର ପ୍ରଚାରକ ତାଲିକାରେ ବିଜେପିରୁ ବିଶ୍ୱେଶ୍ୱର ଟୁଡୁ ଓ ବିଜେଡିରୁ ସରୋଜିନୀ ହେମ୍ବ୍ରମ

0

ବାରିପଦା  : ଚଳିତ ସାଧାରଣ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ମୟୂରଭଞ୍ଜ ଲୋକସଭା ସହ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ମାତ୍ର ଏହି ପ୍ରାର୍ଥୀ ତାଲିକାରେ ଚକିତ୍ କରିଛି ଜିଲ୍ଲାର ଦୁଇ ହେବିୱେଟ୍ ନେତା ବିଜେପିର କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶ୍ୱର ଟୁଡୁ ଓ ବିଜେଡିର ଆଦିବାସୀ ମହିଳା ଲଢୁଆ ନାରୀନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଓ ପୂବର୍ତନ ସାଂସଦ ସରୋଜିନୀ ହେମ୍ବ୍ରମ ଟିକେଟ୍ ରୁ ବଞ୍ଚିତ ହେବା ଘଟଣା । କିନ୍ତୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ବିଶ୍ୱେଶ୍ୱର ଟୁଡୁ ଓ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ସରୋଜିନୀ ହେମ୍ବ୍ରମ ସ୍ଥାନ ପାଇଛନ୍ତି । ଏହି ଷ୍ଟାର ପ୍ରଚାରକ ତାଲିକାରେ ଏହି ଦୁଇ ନେତା ସ୍ଥାନ ପାଇବା ଫଳରେ ନିଜ ନିଜ ଦଳରେ ସେମାନଙ୍କର ଦବ୍ଦବା ଥିବା ତଥା ବିଜେପି ଓ ବିଜେଡି ଏହି ଦୁଇନେତାଙ୍କୁ ଗୁରୁତ୍ୱ ଦେଉଛି ବୋଲି ଚିତ୍ର ବାରି ହେଉଛି । ଏଥିସହ ଷ୍ଟାର ତାଲିକାରେ ନାମ ଘୋଷଣା ପରେ ଟିକେଟ୍ରୁ ବଞ୍ଚିତ ହୋଇଥିବା ଏହି ନେତା ମାନଙ୍କର ସମର୍ଥକ ମାନଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ଦେଇଛି । ଆଗକୁ ସାଧାରଣ ନିର୍ବାଚନ ପରେ ଏହି ଉଭୟ ନେତାଙ୍କୁ ନିଜ ନିଜ ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ ବୋଲି ରାଜନୈତିକ ସମୀକ୍ଷକ ମାନେ ବିଚାର କରୁଛନ୍ତି ।

Leave A Reply