ବାରଙ୍ଗ : ସୋମବାର ସନ୍ଧ୍ୟାରେ ଗୋଟିଏ ଅସୁସ୍ଥ ଚିତ୍ରା ହରିଣ ଚିକିତ୍ସା ପାଇଁ ଦଶପଲ୍ଲା ରୁ ନନ୍ଦନକାନନ ଆସିଥିବା ବେଳେ ପୁଣି ମଙ୍ଗଳବାର ଦିନ ଦ୍ୱିପହର ରେ ଗୋଟିଏ ଶାଗୁଣା ଚିକିତ୍ସା ପାଇଁ ଆସି ପହଁଚିଛି । ସୂଚନା ମୁତାବକ ,ଯାଜପୁର ବନବିଭାଗ ଜଙ୍ଗଲ ରେ ପେଟ୍ରୋଲିଂ କରୁଥିବା ସମୟରେ ଶାଗୁଣା ଟି ଅସୁସ୍ଥ ହୋଇ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ ।ଆହତହୋଇପଡିଥିବା ଶାଗୁଣା କୁ ଉଦ୍ଧାର କରି ଆଶୁ ଚିକିତ୍ସା କରିବା ପରେ ମଙ୍ଗଳବାର ଦିନ ନନ୍ଦନକାନନକୁ ହସ୍ତାନ୍ତର କରିଛନ୍ତି ଯାଜପୁର ବନବିଭାଗ । ତେବେ ଶାଗୁଣା ଟି ଏଠାକୁ ଆସିବା ପରେ ପ୍ରାଣୀ ଉଦ୍ୟାନ ପଶୁ ଚିକିତ୍ସାଳୟ ରେ ଡ଼ାକ୍ତର ମାନେ ତାର ଚିକିତ୍ସା ଜାରି ରଖିଛନ୍ତି । ଶାଗୁଣା ଟି ଅତି ଗୁରୁତର ଥିବାରୁ ଆଇ ସି ୟୁ ରେ ରଖାଯାଇଥିବା ସୂଚନା ମିଳିଛି ।