Odisha news

ଆଠଗଡ଼ ବିକାଶ ପରିଷଦ ପକ୍ଷରୁ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ।

0
ଆଠଗଡ଼ ତା ୨୩-୦୧-୨୪ ଆଠଗଡ଼ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ବିଶ୍ଵନାଥ ବିଦ୍ୟାପୀଠ ପରିସରରେ ନେତାଜୀ ସୁବାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ପରିଷଦ ସଭାପତି ରାମନାରାୟଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଶରତ ଚନ୍ଦ୍ର ସାମନ୍ତ, ସ୍କୁଲ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସ୍ବାଇଁ ପୂର୍ବତନ ଗ୍ରନ୍ଥାଗାରିକ ସୁବାସ ଚନ୍ଦ୍ର ରାଉତ ଅତିଥି ଭାବରେ ଯୋଗଦେଇ ନେତାଜୀ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭ ରେ ଅତିଥି ମାନେ ବିଦ୍ୟାଳୟ ପରିସର ରେ ଥିବା ମହାତ୍ମା ଗାନ୍ଧୀ, ଆଠଗଡ଼ ରାଜା ବିଶ୍ବନାଥ ଦେବବର୍ମା, ପଦ୍ମଭୂଷଣ ଡ଼ଃ ରାଧାନାଥ ରଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ। କେନ୍ଦ୍ର ସରକାର ଆଜିର ଦିନଟିକୁ ପରାକ୍ରମ ଦିବସ ଭାବରେ ପାଳନ ସହିତ ପ୍ରଧାନମନ୍ତ୍ରୀ ଆଣ୍ଡାମାନ ନିକୋବର ଦ୍ବୀପ ରେ ନେତାଜୀ ମେମୋରିଆଲ ଶୁଭାରମ୍ଭ କରି ଥିବାରୁ ପରିଷଦ ର ସଭାପତି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ପରିଷଦ ର ଉପଦେଷ୍ଟା କ୍ଷୀରୋଦ ମିଶ୍ର ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ନୀଳକଣ୍ଠ ଦୋରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଇନଜୀବୀ ଜ୍ଞାନ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply