Odisha news

ଚୋରୀସାମଗ୍ରିଜବତ,୨କୋର୍ଟଚାଳଣ

0
ବାରଙ୍ଗ :  ଶନିବାରଦିନ ଚୋରିକରିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ଦୁଇଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ପାଟପୁରର ମିଠେଇ ଓରଫ ମଂଟୁମାଝି  ଓ ପାଟପୁର ସାମଲସାହିର ଟିକିସାମଲା ସେମାନଙ୍କଠାରୁ ପୋଲିସ ଚୋରିକରି ରଖିଥିବା  ୪ଲୁହାଷ୍ଟାଣ୍ଡ ଓ୮ଖଣ୍ଡ ଶାଢୀ କୁ ଜବତ କରିଛି ।
ପ୍ରକାସ ଯେ, ମଧୁପାଟଣା ଅରବିନ୍ଦନଗରର ଦେବାଷିଶ ଦାସଙ୍କର ଏକ ମାର୍ବଲଦୋକାନ ପାଟପୁରଛକରେ  ରହିଛି ।ଗତ୨ ତାରିଖରେ ୩ଟି ଓ ୩ତାରିଖରାତିରେ ଆଉଗୋଟିଏ ଲୁହାମାର୍ବଲଷ୍ଟାଣ୍ଡ ତାଙ୍କଦୋକାନରୁ ଚୋରୀ ହୋଇଥିବା ନେଇ ସେ ବାରଙ୍ଗଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ୨୯୧/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ବାରଙ୍ଗଥାନା ଅଧିକାରୀ ଆକାଶଚନ୍ଦ୍ରରଣା ବିଶେଷସୁତ୍ରରୁ ଖବରପାଇ ଶୁକ୍ରବାର ରାତିରେ ମଂଟୁମାଝି ଓ ଟିକିସାମଲକୁ ପାଟପୁର ଗାଁମୁଣ୍ଡରୁ ଧରିବାପରେ ସେମାନେ ମାର୍ବଲ ଦୋକାନ ସହ ପୁର୍ବରୁ ଏକ ଶାଢୀଦୋକାନରେ ଚୋରୀକରିଥିବାର ମାନି ଯାଇଥିଲେ ।ପୋଲିସ ପଚରାଉଚରା କରିବାପରେ ନିଜ ହେପାଜତରେ ଚୋରୀକରି ରଖିଥିବା ୪ଲୁହାଷ୍ଟାଣ୍ଡକୁ ଜବତ କରିଥିଲା ।ଏହାଆଗରୁ କୁହ୍ନେଇପଡା ଛକରେ ଜନ୍ମେଜୟଜେନାନାମକ ବ୍ୟକ୍ତିଙ୍କର ଥିବା ଏକ ଲୁଗାଦୋକାନର ଛାତକାଟି ଚୋରି କରିଆଣି ରଖିଥିବା ୮ଖଣ୍ଡ ଶାଢୀକୁ ମଧ୍ୟ ପୋଲିସ ଜବତ କରିବାରେ ସକ୍ଷମ ହୋଇଥିଲା ।ପୋଲିସ ମଂଟୁ ଓ ଟିକିକୁ ଗିରଫକରି ଶନିବାରଦିନ କୋର୍ଟଚାଳଣ କରିଛି ।ଏମାନଙ୍କ ଜାମିନ ନାମାଞୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇଦିଆଯାଇଥିବାର ଜଣାପଡିଛି ।
Leave A Reply