Odisha news

ବାଙ୍କୀ : ଅନୁଆରୀ ପଞ୍ଚାୟତ; ରନ୍ଧାଖାଦ୍ୟ ଘରେ ଘରେ ବିତରଣ କଲେ ସରପଞ୍ଚ

0

ବାଙ୍କୀ : କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ଗ୍ରାମଞ୍ଚଳର ସମସ୍ତ ଅସହାୟ, ଦିବ୍ୟାଙ୍ଗ ମାନଙ୍କୁ ରନ୍ଧାଖାଦ୍ୟ ପଞ୍ଚାୟତରେ ବଣ୍ଟନ କରିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫô କମିଶନର ନିଦେ୍ର୍ଦଶାନାମା ଜାରି କରିବା ପରେ ବ୍ଲକର ବିଡ଼ିଓମାନଙ୍କ ଠାରୁ ପତ୍ର ପାଇ ସରପଞ୍ଚମାନେ ରନ୍ଧାଖାଦ୍ୟର ବ୍ୟବସ୍ଥା କରିବା କଥା । ମାତ୍ର କଟକ ଜିଲ୍ଲା ବାଙ୍କୀ ବ୍ଲକର ୪/୫ଗୋଟି ପଞ୍ଚାୟତକୁ ଛାଡ଼ିଦେଲେ ଅନ୍ୟ ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉ ନଥିବାର ଅଭିଯୋଗ ହୋଇଛି । ବିଶେଷ କରି ଅନୁଆରୀ ପଞ୍ଚାୟତରେ ସରପଞ୍ଚଙ୍କ ଉଦ୍ୟମରେ ପ୍ରାୟ ଶହେ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳ ନିକଟରେ ବଣ୍ଟନ କରାଯାଇଥିବାବେଳେ ସରପଞ୍ଚ ସଞ୍ଜୟ କୁମାର ପାତ୍ର, ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ସାମଲ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଯାଇ ଘରକୁ ଘର ବୁଲି ଯେଉଁ ବୃଦ୍ଧ ଓ ବୃଦ୍ଧାମାନେ ମାଗଣା ଭୋଜନ ଖାଇବା ପାଇଁ ଖରାରେ ଆସିପାରୁ ନାହାନ୍ତି ସେମାନଙ୍କ ଘର ନିକଟରେ ପହଞ୍ଚô ରନ୍ଧାଖାଦ୍ୟ ପ୍ୟାକେଟ୍ ପହଞ୍ଚାଇ ଦିଆଯାଇଛି । ସରପଞ୍ଚଙ୍କ ଠାରୁ ରନ୍ଧାଖାଦ୍ୟ ପାଇ ବହୁ ହିତାଧିକାରୀ ସରପଞ୍ଚଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply