Odisha news

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ,ଯୁବକ ଜଣକ କେନ୍ଦ୍ରାପଡ଼ା

0

ଭୁବନେଶ୍ୱର:କେନ୍ଦ୍ରାପଡ଼ାରେ ଜଣେ କୋଭିଡ୍ ୧୯-କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ,ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି। ତେବେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ୪୦ ଛୁଇଁଛି। ତେବେ ସମ୍ପୃକ୍ତ ଯୁବକ ଜଣକଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାହା  ସ୍ପଷ୍ଟ କରାଯାଇପାରିନାହିଁ। ପ୍ରକାଶଥାଉକି, କରୋନାରେ ଅଧିକ ଆକ୍ରାନ୍ତ ଭୁବନେଶ୍ୱରରେ ହୋଇଛନ୍ତି।

ତାଙ୍କ ନମୂନା ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ ହେଉଛି ୩୨ ବର୍ଷ।

Leave A Reply