Odisha news

ବାଲିତୁଠ ରେ ବିଧାୟକ ଙ୍କୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଙ୍କ ବିରୋଧ

0

ବାଲିତୁଠ ୧୦/୯ ଏରସମା ବ୍ଲକ୍ ବାଲିତୁଠ ଠାରେ ରବିବାର ବିଜେଡି ଅସନ୍ତୁଷ୍ଟ କର୍ମୀ ମାନେ ଏକଯୁଟ ହୋଇଛନ୍ତି।ବାଲିକୁଦାର ସମାଜସେବୀ ସଞ୍ଜିବ ବିଶ୍ୱାଳଙ୍କ ନେତ୍ରୃତ୍ବରେ ୪ ନଂ ଜୋନ୍ ଢ଼ିଙ୍କିଆ,ନୂଆଗାଁ, ଗଡକୁଜଙ୍ଗ,ବାଲିତୁଠ,ବାମଦେଇପୁର, ଚଟୁଆ ଓ ବଳେଇପୁର ପଞ୍ଚାୟତ ସମେତ ଏରସମା ବ୍ଲକର ଅନ୍ୟାନ୍ୟ ପଞ୍ଚାୟତର ବିଜେଡି ଅସନ୍ତୁଷ୍ଟ କର୍ମୀ ମାନେ ଯୋଗ ଦେଇ,ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କ ବିଗତ ୪ ବର୍ଷ କାର୍ଯ୍ୟକାଳର ବିଭିନ୍ନ କାର୍ଯ୍ୟଶୈଳିକୁ ତିବ୍ର ବିରୋଧ କରିଥିଲେ।ବିଶେଷ କରି କେତେକ ଆଗଧାଡିର କର୍ମୀ ମାନଙ୍କୁ ଅଣଦେଖା,ଜନସାଧାରଣଙ୍କ ସମସ୍ୟା ପ୍ରତି ଦ୍ରୃଷ୍ଟି ନଦେବା,ସର୍ବୋପରି ଦଳୀୟ ସଂଗଠନ ପ୍ରତି ବିଧାୟକଙ୍କ ବିମୁଖତା ଭାବକୁନେଇ ତିବ୍ର ସମାଲୋଚନା କରିଥିଲେ।ଆଗାମୀ ସାଧାରଣ ନିର୍ବାଚନରେ ସଞ୍ଜିବ ବିଶ୍ଵାଳଙ୍କୁ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ କରିବାପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯିବ ବୋଲି ମତ ପ୍ରକାଶ ପାଉଥିଲା। ତେବେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ହେବାକୁ ଥିବା ଦଳୀୟ ପଦଯାତ୍ରା କାର୍ଯ୍ୟକ୍ରମ,ପ୍ରଥମେ ବାଲିତୁଠ ଠାରୁ ଶ୍ରୀ ବିଶ୍ୱାଳଙ୍କ ନେତ୍ରୃତ୍ବରେ କରାଯିବ ବୋଲି ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି।କାର୍ଯ୍ୟକ୍ରମରେ ସଞ୍ଜିବ ବିଶ୍ୱାଳ  ଯୋଗଦେଇ ନବୀନ ପଟ୍ଟନାୟକ ତାଙ୍କର ଆଦର୍ଶ ବୋଲି କହିଛନ୍ତି।ବାଲିତୁଠ ପଞ୍ଚାୟତ ରମେଶ ଚନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲିକୁଦା ବିଜୁ ଜନତା ସୁରକ୍ଷା ମଞ୍ଚ ସଭାପତି ରାମଚନ୍ଦ୍ର ମହାନ୍ତି,ପ୍ରତାପ ବିଶ୍ୱାଳ,ଦେବେନ୍ଦ୍ର ଭୋଳ,ଗଣେଶ ରାଉତ, ସଂଗ୍ରାମ ନାୟକ,ବଂଶିଧର ଦାସ,ଭରତ ଚନ୍ଦ୍ର ନାୟକ,ଶଶି ରଞ୍ଜନ ପଣ୍ଡା,ଚିନ୍ମୟ ସ୍ଵାଇଁ,ଦେବାଶିଷ ସାମନ୍ତରାୟ,ଫାଲଗୁନି ଆଚାର୍ଯ୍ୟ,ତନ୍ମୟ ଦାସ, ରଞ୍ଜନ ସାମଲ, ଜ୍ଞାନେନ୍ଦ୍ର ଓଝା,ବିଭୁ ରଞ୍ଜନ ଦାସ,ଶିବ ପ୍ରଶାଦ ଦାସ,ସୁଧିର କୁମାର ରାଉତରାୟ ଓ ସମିର ବିଶ୍ୱାଳ ପ୍ରମୁଖଙ୍କ ସମେତ ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀମାନେ ଯୋଗଦେଇଥିଲେ।

Leave A Reply