Odisha news

ପାଟଣା ରେ ବିଜେପିର ମୋଦେଶ ମୋ ମାଟିକାର୍ଯ୍ୟକ୍ରମ

0

ବାଲିତୁଠ,୧୦/୯:ଏରସମା ବ୍ଲକ୍ ଭାରତୀୟ ଜନତା ପାର୍ଟି ବାଲିତୁଠ ମଣ୍ଡଳ ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଢ଼ିଙ୍କିଆ ପଞ୍ଚାୟତ ଅନ୍ତର୍ଗତ ପାଟଣା ଗ୍ରାମସ୍ଥିତ ଶ୍ରୀ କପ୍ତେଶ୍ୱର ମହାଦେବ ମନ୍ଦିର ପରିସରରେ ରବିବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ, ପୂର୍ବତନ ସାଂସଦ ତଥା ବିଜେପି ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ,ବାଲିକୁଦା ଏରସମା ବିଜେପି କୋରକମିଟି ସଦସ୍ୟ ଶଶିକାନ୍ତ ପରିଡା, ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସୁଶାନ୍ତ ସ୍ଵାଇଁ, ବାଲିତୁଠ ମଣ୍ଡଳ ସଭାପତି ସାରଦା ଶତପଥୀ,ନିତ୍ୟାନନ୍ଦ ସ୍ୱାଇଁ, ରବୀନ୍ଦ୍ର ସେଠି,ଉମେଶ ସ୍ଵାଇଁ,ସଂଗ୍ରାମ ବେହେରା,ଅଭୟ ରାଉତ ଓ ନାରୀ ନେତ୍ରୀ ଅନିତା ସ୍ୱାଇଁଙ୍କ ସମେତ ବିଜେପି କର୍ମୀମାନେ ଯୋଗଦେଇଥିଲେ।ଏହି ଅବସରରେ ଆୟୋଜିତ ଉତ୍ସବରେ ଶ୍ରୀ ତରାଇ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ କ୍ରମେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆରମ୍ଭ କରାଯାଇଛି।ଏହା ଏକ ସର୍ବ ଭାରତୀୟ କାର୍ଯ୍ୟକ୍ରମ।ସମଗ୍ର ଦେଶର ସଂଗ୍ରୃହିତ ମାଟିକୁ ଶୁଭ କଳସୀରେ ଦିଲ୍ଲୀ ନିଆଯାଇ ସେଠାରେ ଏକ ବାଟିକା ତିଆରି କରାଯିବ ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପ୍ରଥମେ ଶ୍ରୀ କପ୍ତେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୁଭ କଳସୀ ନେଇ, ନେତ୍ରୃମଣ୍ଡଳୀ ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗ୍ରାମରୁ ମାଟି ସଂଗ୍ରହ କରିଥିଲେ।

Nalco
Leave A Reply