Odisha news

ବାଲିପାଟଣାର ବିଭିନ୍ନ ସ୍ଥାନରେ ଫୋଡା ପାଟୁଆ ଓ ଝାମୁ ଯାତ୍ରା।

0
ବାଲିପାଟଣା : ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ରୀତି ନୀତି ଅନୁଯାୟୀ ପାଳୀତ ହେଇଛି ଚୈତ୍ର ପର୍ବ। ଏହି ପର୍ବରେ କେତେକ ସ୍ଥାନରେ କାଳିଶିମାନଙ୍କ ପିଠିରେ ଲୁହା କଣ୍ଟା ଫୋଡାଯାଇ ଚକ୍ରିରେ ବୁଲାଯାଇଥାଏ ଓ ଅନ୍ୟ କେତେକ ସ୍ଥାନରେ ନିଷ୍ଟାର ସହ ମେଳି ଉପାସ କରି ନିଆଁରେ ଚାଲିଥାନ୍ତି। ସେଥିମଧ୍ୟରୁ ବାଲିପାଟଣା ବ୍ଲକର ଗୁଆପୁରର ସାତବିଶ୍ୱା ସାହି, ସରାଟ ଖମାର ସାହି, ଚଣାହଟ୍ଟା , ଧାନହରା, ମାର୍ଥାପୁର, ପମ୍ପାଲୋ, ପୁବାଗଡ, ତୁରିନ୍ତିରା, ବନମାଳୀପୁର, କିଆଯୋରୀ, ରାଜସ, କୁରୁଞ୍ଜିପୂର୍, ଭାକରସାହି, ନରିସୋ, କୁଳନ୍ତିରା ଗ୍ରାମ, କୁଳନ୍ତିରା ଶାସନ ଆଦି ସ୍ଥାନରେ ଯଥା ରୀତି ପର୍ବ ପାଳିତ ହୋଇଯାଇଛି। ଦୀର୍ଘ ୨୦ବର୍ଷ ପରେ କିଆଯୋରୀ ଗ୍ରାମର ମା କ୍ଷେତ୍ରପାଳଙ୍କ ନିକଟରେ ପୁଣି ଥରେ ଆରମ୍ଭ ହୋଇଛି ଝାମୁ ଯାତ୍ରା। କାଳିଶି କୃଷ୍ଣ ଚନ୍ଦ୍ର ଭୋଇ, ଡୁଗୁରୀ ଭୋଇ,ଓ ମଞ୍ଜୁଲତା ଭୋଇ ପାଞ୍ଚ ଖନ୍ଦା ବିଶିଷ୍ଟ ନିଆଁରେ ଚାଲିଥିଲେ।ସ୍ଥାନୀୟ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ହୁଳହୁଳି ଓ ହରିବୋଲ ଧ୍ୱନୀରେ ଚତ୍ରୁ ଦିଗ ପ୍ରକମ୍ପିତ ହୋଇଥିଲା। ଏହି ପ୍ରସିଦ୍ଧ ଯାତ୍ରା ଦେଖିବା ପାଇଁ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମର ଅଇଁଠା ଭୋଇ, କାଳନ୍ଦୀ ଭୋଇ ପ୍ରଫୁଲ୍ଲ କୁମାର ଭୋଇ ପ୍ରମୁଖଙ୍କ ସହ ସମସ୍ତ ଗ୍ରାମ ବାସି ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସୁଶିଲ କୁମାର ରାଉତରାୟ , ଗଣେଶ ରାଉତରାୟ ପରିଚାଳନା କରିଥିଲେ ।
Leave A Reply