Odisha news

ବାସନ୍ତୀକ ନବରାତ୍ରର ଷଷ୍ଠ ଦିବସରେ କାତ୍ୟାୟନୀ ବେଶରେ ମା ବନଦୁର୍ଗା।

0
ନିରାକାରପୁର: ୧୪/୦୪: ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ବାସନ୍ତୀକ ଚୈତ୍ର ନବରାତ୍ରର ଷଷ୍ଠ ଦିବସରେ ଓ ହିନ୍ଦୁ ନବବର୍ଷର ମହା ବିଷୁବ ସଂକ୍ରାନ୍ତିରେ କାତ୍ୟାୟନୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ମହାପ୍ରସାଦ ମା’ଙ୍କୁ ଅର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଛି। ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଓ ପଣ୍ଡିତ ତପନ କୁମାର ମହାପାତ୍ର , ବିଷ୍ଣୂପ୍ରୀୟା ପଟ୍ଟଯୋଷୀ ସହଯୋଗ କରିଥିଲେ ଏହି ଅବସରରେ ସମାଜସେବୀ ଶ୍ରୀଯୁକ୍ତ ମଦନ ମୋହନ ମହାପାତ୍ର, ସି.ଏ. ପ୍ରଦୀପ ରଞ୍ଜନ ଆଚାର୍ଯ୍ୟଙ୍କ ସପରିବାର ଉମାକାନ୍ତ ରଥ, ବିଭୂଦତ୍ତ ପାଇକରାୟ ଅଂଶଗ୍ରହଣ କରିଥିଲେ ଓ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା’ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।
Nalco
Leave A Reply