ବାଲିପାଟଣା ୦୨/୦୧: ରବି ଋତୁରେ ରାଜ୍ଯ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ଉତ୍ତମ ମାନର ମୁଗ ମଞ୍ଜି ଯୋଗାଇ ଦେଇଥାନ୍ତି। କିନ୍ତୁ ଚଳିତ ବର୍ଷ କେୟୁ ଏସ ଏସ ଲିମିଟେଡ, ଓଡ଼ିଶା ଫାଉଣ୍ଡେସନ, ପକ୍ଷରୁ ଆଜି ବାଲିପାଟଣା ବ୍ଲକ ର ସାତଟି ପଂଚାୟତର ୧୨୦୦ରୁ ଉର୍ଦ୍ଧ ଚାଷୀ ଏହି ସୁବିଧା ପାଇ ପାରିବେ ବୋଲି ଓଡ଼ିଶା ଫାଉଣ୍ଡେସନର ପ୍ରୋଜେକ୍ଟ ମ୍ୟାନେଜର ବୁଦ୍ଧନାଥ ପଣ୍ଡା କହିଥିଲେ। ଆଜି ପମ୍ପାଲୋ ପଂଚାୟତରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ କୃଷି ବିଭାଗର ଅତିରିକ୍ତ ଜିଲ୍ଳା କୃଷି ନିର୍ଦ୍ଦେଶକ କଲ୍ୟାଣ କୁମାର ରାୟ ଯୋଗଦେଇ ମୁଗ ଚାଷ ସମ୍ବାଧରେ ଚାଷିମାନଙ୍କୁ ବୁଝାଇଥିଲେ। ଅନ୍ୟତମ ଅତିଥି ଭାବରେ କେ ଭି ଏସ ଏସ ର ନିର୍ଦ୍ଦେଶକ ନିଗମାନନ୍ଦ ସ୍ୱାଇଁ ଯୋଗଦେଇ ରୋଗ ପୋକ ନିରାକରଣ ସଂମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କୃଷି ଅଧିକାରୀ ନକ୍ଷତ୍ର ମୋହନ ରାଉଳ, ବ୍ଲକ ଅତିରିକ୍ତ କୃଷି ଅଧିକାରୀ ରୋହନ କୁମାର ପଣ୍ଡା, ବ୍ଲକ କୃଷି ବୈଷୟିକ ଅଧିକାରୀ ସଞ୍ଜୀବ କୁମାର ସାହୁ, ଭି ଏ ଡ ବ୍ଲୁ ମିରା ଶ୍ରୀଚନ୍ଦନ, ପ୍ରସନ୍ନ କୁମାର ଭୋଇ,କୃଷକ ସାଥି ମଧୁସ୍ମିତା ଜେନା ଓ ଦେବାଶିଷ ରାଉତରାୟ ଉପସ୍ଥିତ ରହି ଚାଷୀମାନଙ୍କୁ ମୁଗମଞ୍ଜି, ଘାସ ମରା, ଓ କୀଟନାଶକ ଔଷଧ ବଣ୍ଟନ କରାଯାଇଥିଲା। ଆଗମୀ ଦିନରେ ଅନ୍ୟ
୬ ଟି ପଂଚାୟତ ଯଥା ରାଜସ, କୁରିଞ୍ଜିପୂର୍, ଗୁଆପୁର୍, ଗାରେଡ଼ିପାଞ୍ଚଣ, ଆଳିଶି ଓ ନରିଶୋ
ପଞ୍ଚାୟତରେ ପ୍ରଜ୍ୟାୟ କ୍ରମେ ବଣ୍ଟନ କରାଯିବ।