Odisha news

ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୭ତମ ଜନ୍ମଜୟନ୍ତୀ : ମିନି ମାରାଥନ ସହ ସ୍ମୃତିଚରଣ ସଭା ଅନୁଷ୍ଠିତ

0
 ନିରାକାରପୁର, ୩/୧: ଆଜି ଦିବଂଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ତାଙ୍କ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ଆଜି ସକାଳୁ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ସାଂସଦ ଆନୁକୁଲ୍ୟରେ ଏକ ଗଣ ଦୌଡ଼ ନିରାକାରପୁର କଲେଜ ଛକ ଠାରୁ ବାହାରି ରାମେଶ୍ବର ବଗିଚା ରେ ସମାପ୍ତ ହୋଇ  ଗ୍ରାମ ପରିକ୍ରମା କରାଯାଇଥିଲା । ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ସ୍ମୃତିରେ ଅନୁଷ୍ଠିତ ଗଣଦୌଡ କୁ ନିରାକାରପୁର    ଥାନା ସବଇନ୍ସପେକ୍ଟର    ଦୀପାଲିସା ନାୟକ, ବରିଷ୍ଠ ନେତା ବିପିନ କୁମାର ଜୟସିଂହ, ଇଞ୍ଜିନିୟର ବିଶ୍ଵମୋହନ ପଟ୍ଟନାୟକ ଓ ଗିରିଜା ମୋହନ ପଟ୍ଟନାୟକ ପ୍ରମୁଖ ପତାକା ଦେଖାଇ ଅନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ।ପରେ ରାମେଶ୍ବର ପ୍ରଭାବତୀ ମଣ୍ଡପରେ ଏକ ସ୍ମୃତି ଚାରଣ ସଭାରେ ଅତିଥି ମାନଙ୍କ ମଧ୍ୟରେ ସଂସଦର ଆବାହକ ଇଞ୍ଜିନିୟର ବିଶ୍ଵମୋହନ ପଟ୍ଟନାୟକ , ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର , ସମାଜସେବୀ ବିଜୟ କୁମାର ମହାପାତ୍ର, ପ୍ରଶିକ୍ଷକ  ଭାସ୍କର ରାଉତ, ବିଶ୍ଵନାଥ ରାଉତ ଓ ସୁରେଶ ବରାଳ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଜାନକୀ ବଲ୍ଲଭ ଙ୍କ ସାହିତ୍ୟ ରାଜନୀତି ଓ କ୍ରୀଡ଼ା ପାଇଁ ଅବଦାନ ବିଷୟରେ ଅଭିଭାଷଣ ରଖିଥିଲେ । ଗଣ ଦୌଡ଼ ରେ କୃତି ପ୍ରତିଯୋଗୀ ବାଳକ ବିଭାଗରେ ଶୁୁଭମ ବେହେରା, ପଙ୍କଜ ମଣ୍ଡଳ, ସୂର୍ଯ୍ୟକାନ୍ତ ରାୟ ଓ ବାଳିକା ବିଭାଗରେ ଲକ୍ଷ୍ମୀପ୍ରିୟା କିଷାନ, ଶୁଭଶ୍ରୀ ସାହୁ, ଦୈତ ହାନ୍ତାଳ ପ୍ରମୁଖ ଙ୍କ ନାମ ଘୋଷଣା କରାଯାଇ ସନ୍ଧ୍ୟାରେ ଭୁବନେଶ୍ଵରରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଛି। ଦିପ୍ତିରଞ୍ଜନ ପାଇକରାୟ ମଞ୍ଚ ପରିଚାଳନା କରିଥିବାବେଳେ ଚନ୍ଦ୍ରମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଏ ଏସ ଆଇ ତପନ କୁମାର ପ୍ରଧାନ, ସୁବାସ ଚନ୍ଦ୍ର ନାୟକ, ଶରତ କୁମାର ବେହେରା, ଜିଡି ପାଢ଼ୀ, ସୁଦର୍ଶନ ସାହୁ ଓ ମିଥୁନ ପ୍ରଧାନ ପ୍ରମୁଖ ମୁତୟନ ଥିଲେ।

Leave A Reply