ବାଲିପାଟଣା : ବୁଦ୍ଧନାଥ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଜୟଦେବ ଗୌରବ ସମ୍ମାନ ୨୦୨୩ ଆଜି ଦ୍ୱିତୀୟ ଦିବସରେ ଅତିଥି ଭାବରେ ଗବେଷକ ତଥା ସାହିତ୍ୟିକ ହଂସନାଥ ସାହୁ,ଲେଖିକା ନନ୍ଦିନୀ ଶତପଥୀ,ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ,ନୃତ୍ୟ ଶିଳ୍ପୀ ପ୍ରତିଭା ପଣ୍ଡା ଓ ସହଯୋଗୀ ଭାବଗ୍ରାହୀ ଗୋଚ୍ଛାୟତ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସଫଳ ଛାତ୍ର ଛାତ୍ରୀ, ଶିକ୍ଷକ,କଳାକାର,ମହିଳା ସଂଗଠନ ର କର୍ମକର୍ତ୍ତା ଓ ଅବସର ପ୍ରାପ୍ତ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ପ୍ରେରଣା ପ୍ରତିଜ୍ଞା ଓ ଅଶ୍ଵିନୀ ତ୍ରିପାଠୀ ଉପସ୍ଥାପନା କରିଥିଲେ।