ଦଶପଲ୍ଲା : ବୁଧବାର ବିଳମ୍ବିତ ରାତିରେ ଦଶପଲ୍ଲା ଥାନା ଅନ୍ତର୍ଗତ ଖୋରଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ର ଝୀଂଟିକାବାରି ଠାରେ ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ଆଇରନଗୁଣ୍ଡ ବାଲି ବୋଝେଇ ଟ୍ରକ ପଛରେ ଏକ ଯାତ୍ରୀବାହି ଟ୍ରାଭଲର ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡି ଭିତରେ ଥିବା ୧୭ ଜଣ ଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି । ମୃତକ କଂ ନାମ ତ୍ରୀଲୋଚନ ରାଉତ ଓ ତାଙ୍କ ଘର କଟକ ଜିଲ୍ଲା ଆଠଗଡ଼ ଥାନା ରାଉତରାପୁର ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି । ଖବରପାଇ ଘଟଣା ସ୍ଥଳରେ ଦଶପଲ୍ଲା ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଗୁରୁତର ଅବସ୍ଥାରେ ଆଠଗଡ କନ୍ଦରପୁର ଗ୍ରାମର ବାଦଲ ରାଉତ ଙ୍କୁ ପ୍ରଥମେ ନୟାଗଡ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବିକାଶ ପରିଷଦ ତରଫ ରୁ ୧୭ ଜଣ ଏକ ଟ୍ରାଭଲର ରେ ସମ୍ବଲପୁର ଓ ବଲାଙ୍ଗୀର ବୁଲିବାକୁ ଯାଇ ସମଲେଶ୍ୱରୀ,ଘଣ୍ଟେଶ୍ୱରୀ, ହରି ଶଙ୍କର, ନୃସିଂହନାଥ ଆଦି ଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଏହି ଘଟଣାରେ ପୋଲିସ ଉଭୟ ଗାଡିକୁ ଜବତ କରିଥିବା ବେଳେ ମୃତ ତ୍ରିଲୋଚନ ର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳ ରୁ ଟ୍ରାଭେଲର ଡ୍ରାଇଭର ଫେରାର ହୋଇ ଯାଇଛି । ସେହିପରି ଗୁରୁବାର ସକାଳ ୮ ଘଂଟିକା ସମୟ ରେ ନୟାଗଡ଼ ରୁ ସୋନପୁର ଯାଉଥିବା ଏକ ପିକଅପ ବୁଲେରୋ ସାଳିଆଗୋଛା ନିକଟରେ ଏକ ବିଦ୍ୟୁତ ପୋଲ ରେ ଧକ୍କା ଦେବାରୁ ପିକ ଅପ ରେ ଯାଉଥିବା ଚାରିଜଣ ଆହତ ହୋଇଛନ୍ତି। ଆହତ ମାନେ ହେଉଛନ୍ତି ଖୋର୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଋତୁ ଛୁଆଳ ସିଂ ,ଅଭିଷେକ ରାଉତରାୟ,ବିମଲକାନ୍ତ ରାଉତ,ସୁମନ୍ତ ଛୁଆଳସିଂ , ବୋଲି ଜଣାପଡିଛି । ସମସ୍ତଙ୍କୁ ଉଧାର କରାଯାଇ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇ ଥିବାବେଳେ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଛି । ଏହି ସମସ୍ତେ ପାଣି ପାଇପ କାମ ପାଇଁ ନୟାଗଡ଼ ରୁ ସୋନପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
