Odisha news

ପିପୁଲ୍ସ କଲେଜରେ “ବେଷ୍ଟ ଫ୍ରମ୍ ଓ୍ବେଷ୍ଟ” କାର୍ଯ୍ୟକ୍ରମ 

0
ବୁଗୁଡ଼ା : ତା ୨୧/୧୨/୨୩ :  ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଅଂଶ ବିଶେଷ ସ୍ବରୂପ ଏକ କାର୍ଯ୍ୟକ୍ରମ “ବେଷ୍ଟ ଫ୍ରମ୍ ଓ୍ବେଷ୍ଟ” ଅନୁଷ୍ଠିତ ହୋଇଯାଇଛି  । ଏଥିରେ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆବର୍ଜନାରୁ ସଂଗୃହୀତ ବିଭିନ୍ନ ବସ୍ତୁକୁ ନେଇ ଆକର୍ଷଣୀୟ ଖେଳନା ସାଙ୍ଗକୁ ଗୃହ ସାଜସଜ୍ଜା ଉପକରଣ ଏବଂ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରି ସ୍ବ ସ୍ବ ସୃଜନଶୀଳତା ପ୍ରତିପାଦନ କରିଥିଲେ । “ନୂଆ-ଓ” କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ଉକ୍ତ “ବେଷ୍ଟ ଫ୍ରମ୍ ଓ୍ବେଷ୍ଟ” ପ୍ରଦର୍ଶନୀ ଦର୍ଶକଙ୍କ ମନ ମୋହିଥିଲା ।  ନୋଡାଲ ଅଫିସର ଅଧ୍ଯାପକ ମନୋଜ କୁମାର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ଯାପକ ଦିଲ୍ଲୀପ କୁମାର ସାହୁ ଓ ଅଧ୍ୟାପିକା ଶୁଭସ୍ମିତା ମହାପାତ୍ର ପରିଚାଳନା କରିଥିଲେ  ।
Ad2
Leave A Reply