ନୂଆପଡ଼ା : ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ନୂଆପଡ଼ା ଯୁବ କଂଗ୍ରେସ ପକ୍ଷରୁ ଅୟୋଜିତ ହେବାକୁ ଥିବା ୯ମ ଜିଲ୍ଲା ସ୍ତରୀୟ ମିନି ମାରାଥନ ପାଇଁ ପ୍ରସ୍ତୁତି ବୈଠକ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶାହାରୁଖ ଖାନ ଙ୍କ ଅଧ୍ୟକ୍ଷତାରେ ଆଜି କୋମନା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ମାରାଥନ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ବୈଠକ ରେ କୁହା ଯାଇଛି ଯେ, ସାଧାରଣତଃ ଅଞ୍ଚଳର ଯୁବକ ମାନଙ୍କ ମଧ୍ୟରେ କ୍ରୀଡାକୁ ଉତ୍ସାହିତ କରିବା ଓ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବା ହେଉଛି ମାରାଥନ ର ମୂଳଲକ୍ଷ୍ୟ । ଅଧିକ ସଂଖ୍ୟକ କ୍ରୀଡାପ୍ରେମୀ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସହଯୋଗ ଲୋଡା ଯାଇଛି I ଉପରୋକ୍ତ ବୈଠକରେ ବ୍ଲକ କଂଗ୍ରେସ କମିଟି ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ବାଗ, ଯୁବ ନେତା ବିରାଟ ତାଣ୍ଡି, ଉମା ବନଛୋର, ଆକାଶ ପ୍ରଧାନ, ଆନନ୍ଦ ସାହୁ, ଇରସାଦ ମହମ୍ମଦ, ରାକେଶ ବନଛୋର, ସନ୍ଦୀପ ମହରା, ମୁରଲୀ ଦୀପ, ସହେଯାଦ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ l
