ବାଲିପାଟଣା ୦୭/୦୯ : ଆଜି ବାଲିପାଟଣା ଥାନା ଅନ୍ତର୍ଗତ ନୂଆଗାଁ ବଜାର ରୁ ୧୪୮ ବୋତଲ ଦେଶୀ ମଦ ସହ ବେପାରୀ କୁ ବାଲିପାଟଣା ଥାନା ପୁଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ଅଭିଯୁକ୍ତ ବେଙ୍ଗବତି ଗ୍ରାମର ସେଖ୍ ହମସାର (୪୪) । ସୂଚନା ମୁତାବକ ଉକ୍ତ ଅଭିଯୁକ୍ତ ଜଣଙ୍କ ବାଲିପାଟଣା ଥାନା ଅନ୍ତର୍ଗତ ନୁଆଗାଁ ବଜାରରେ ଦେଶି ମଦ ଚୋରା କାରବାର କରୁଥିବା ଖବର ପାଇ ବାଲିପାଟଣା ଥାନାର ସ୍ପେସାଲ୍ ସ୍କ୍ବାଡ୍ ଆଜି ଚଢାଉ କରି ଅଭିଯୁକ୍ତ କୁ ଗିରଫ୍ କରିବା ସହିତ ତା ପାଖରୁ ୨୯.୬ ଲିଟର୍ ଦେଶି ମଦ ଜବତ (୧୪୮ ବୋତଲ) ଜବତ କରିଥିଲେ। ଅଭିଯୁକ୍ତ ନାମରେ କେଶ୍ ନମ୍ବର ୩୧୩/୨୩ ର ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ସବ୍ ଇନ୍ସପେକ୍ଟର ରାକେଶ ସାମଲ ସୂଚନା ଦେଇଛନ୍ତି।