Odisha news

କରୋନା ମୁକାବିଲା : କନ୍ଧମାଳର ଆଦିବାସୀଙ୍କୁ କୁଇ ଏବଂ ଓଡିଆ ଭାଷାରେ କରାଯାଉଛି ସଚେତନ

0

ବାଲିଗୁଡା, 1/4. ଲକ୍ ଡାଉନ୍ କୁ ନେଇ ସାରା ବିଶ୍ବ ଚିନ୍ତିତ । ମହାମାରୀ କରୋନ ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏପ୍ରିଲ୍ ୧୪ ତାରିଖ ଯାଏଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏଥିସହିତ ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ ପରାମର୍ଶ ମଧ୍ୟ ଦିଆଯାଉଛି । କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ଅଭିନବ ଉପାୟରେ ସଚେତନତା ଜାରି ରଖିଛନ୍ତି । ଆଦିବାସୀ ବହୁଳ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପାରମ୍ପାରିକ ଚାଙ୍ଗୁ ବାଦ୍ୟ ବଜାଇ ଲୋକେ ଅଞ୍ଚଳବାସୀଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । କୁଇ ଭାଷା ଓ ଓଡ଼ିଆ ଭାଷାରେ ସଚେତନ କରାଯାଉଛି । ପରିସ୍କାର ପରିଛନ ରହିବାସହ ଭଲଭାବରେ ହାତ ଧୋଇବାକୁ ପରାମର୍ଶ ଦିଆଯିବା ସହ ବିନା କାରଣରେ ଘରୁ ନବାହାରିକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି । ଧିରେଧିରେ ଲୋକେ ସଚେତନ ହେଲେଣି । ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ଲୋକେ କରୋନା ମୁକାବିଲା ନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି ବାଲିଗୁଡ଼ା ତହସିଲଦାର ସୁଶ୍ରୀ ଖିରାବ୍ଧି ତନୟା ସାହୁ ।

Leave A Reply