Odisha news

କାକଟପୁରରେ ଲକଡାଉନକୁ ବେଖାତିର, ପରିବା,ମାଛ ହାଟରେ ଭିଡ! ପରିବା ହାଟ ଓ ମାଛ ହାଟ ଖୋଲା ସ୍ଥାନକୁୁ ଅସ୍ଥାୟୀଭାବେ ସ୍ଥାନାନ୍ତର କରିବାକୁ ଦାବୀ

0

କାକଟପୁର-୦୧/୪ ସାରା ଦେଶରେ ଲକଡାଉନ କଡାକଡି ଭାବେ ପାଳନ ହେଉଥିବା ବେଳେ କାକଟପୁରରେ ଥିବା ପରିବା ମାର୍କେଟ ଓ ମାଛ ମାର୍କେଟର ଗହଳିକୁ ଦେଖିଲେ କାକଟପୁର ଅଂଚଳ ସେଥିରେ ପଛରେ ପଡିଯାଇଥିବା ଦେଖିବାକୁ ମିଳୁଛି । ବର୍ତମାନର ପରିବା ମାର୍କେଟ ଓ ମାଛ ମାର୍କେଟ ରହିଥିବା ୍ସ୍ଥାାନଟି ବର୍ତମାନର ଗହଳି ତଥା ସାମାଜିକ ଦୂରତ୍ୱ ରଖିବାକୁ ନେଇ ପର୍ଯ୍ୟାପ୍ତ ନୁଁହେ ବୋଲି କାକଟପୁରର ବହୁ ବୁଦ୍ଧିଜିବୀ ମନ୍ତବ୍ୟ ଦେଇଛନ୍ତି । ଲୋକେ ଭୟରେ ଥିବା ଯୋଗୁଁ ତଥା କାଳେ ଅତ୍ୟାବଶ୍ୟକ ସାମଗ୍ରୀ ନମିଳିବ ଭାବି ସକାଳ ଓ ସଂନ୍ଧ୍ୟା ସମୟରେ ଉକ୍ତ ଦୁଇ ମାର୍କେଟ ବହୁତ ଭିଡ ହେଉଥିବାର ଦେଖିବାକୁ ମିଳୁଛି । ଫଳରେ ସରକାରଙ୍କ ସାମାଜିକ ଦୂରତ୍ୱ ନିଦେ୍ର୍ଦଶ ଏଠାରେ ପାଳନ ହୋଇ ପାରୁନଥିବା ଦେଖିବାକୁ ମିଳୁଛି । ତେଣୁ ପ୍ରଶାସନ ଅସ୍ଥାୟୀ ଭାବେ ଏହି ଦୁଇ ମାର୍କେଟକୁ କାକଟପୁର ସରକାରୀ ହାଇସ୍କୁଲ ପଡିଆ,ପୁରୁଣା ବସଷ୍ଟାଣ୍ଡର ଖାଲି ସ୍ଥାନ ଓ ତହସିଲ ଡାକବଙ୍ଗଳାର ପଛପଟେ ରହିଥିବା ଖାଲି ସ୍ଥାନର ଉପଯୋଗ କରାଇ ଏହି ଦୁଇ ହାଟ ମାଧ୍ୟମରେ ସଂକ୍ରମିତ ନହେବାର ବନେ୍ଦାବସ୍ତ କରିବାକୁ କାକଟପୁରର ବହୁ ବୁଦ୍ଧିଜିବୀ ଓ ସମାଜସେବୀମାନେ ଜିଲ୍ଲା ପ୍ରଶାସନ,ତହସିଲ ପ୍ରଶାସନ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply