Odisha news

ବାଲିଆପାଳ ରୋଟାରୀ କ୍ଲବର ଚତୁର୍ଥ ଅଧିସ୍ଥାନ ଦିବସ

0

ବାଲିଆପାଳ  : ରୋଟାରୀଆନ ମାନେ ନିଜ ସ୍ୱାର୍ଥରୁ ଉଦ୍ଧ୍ୱର୍ରେ ରହି ସମାଜସେବା କରିବା ସହିତ ସବୁ ବେଳେ ଶାନ୍ତି ସଦ୍ଭାବନା ଓ ଭାଇଚାରା ବାଂଟନ୍ତି ବୋଲି ଆଜି ବାଲିଆପାଳ ରୋଟାରୀ କ୍ଲବର ଚତୁର୍ଥ ଅଧିସ୍ଥାନ ଦିବସରେ ବିଦାୟୀ ସଭାପତି ରୋଟାରିଆନ ଖଗେନ୍ଦ୍ରନାଥ ସାମଲ ମତବ୍ୟକ୍ତ କରିଛନ୍ତି  ।

ଶ୍ରୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦାୟୀ ସମ୍ପାଦକ ରୋଟାରୀଆନ ସୁବ୍ରତ କୁମାର ମହାପାତ୍ର ବାଲିଆପାଳ ରୋଟାରୀ କ୍ଲବର ଆରମ୍ଭ ସମୟର କଷ୍ଟ ଓ ପରିଶ୍ରମ ବିଷୟରେ ଅବତାରଣ କରିବା ସହ ଗତ ବର୍ଷ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା, ବୃକ୍ଷ ରୋପଣ, ପ୍ଲାଷ୍ଟିକ ବର୍ଜନ, ଶିକ୍ଷାନୁଷ୍ଠାନ ଗୁଡିକରେ ପୁସ୍ତକ ଓ ଉପକରଣ  ବଂଟନ ପ୍ରଭୃତି ବିଷୟରେ ସୂଚନା ପ୍ରଦାନ କରିଥିଲେ  ।

ବିଦାୟୀ ସଭାପତି ଖଗେନ୍ଦ୍ରନାଥ ସାମଲ ନୂତନ ସଭାପତି ସୁବ୍ରତ ମହାପାତ୍ରଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ  । ସେହି ବିଦାୟୀ ସମ୍ପାଦକ ସୁବ୍ରତ କୁମାର ମହାପାତ୍ର ନୂତନ ସମ୍ପାଦକ ଅସିତ କୁମାର ଦାସଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ  । ଏହି ଅବସରରେ ଭୁବନେଶ୍ୱରରେ ବ୍ୟବସାୟ କରୁଥିବା ବାଲିଆପାଳ ଅଞ୍ଚଳର ଯୁବକ ହିମାଂଶୁ ନାଥ ଓ ପାଳପଡା ଗ୍ରାମର ଅକ୍ଷୟ ଦାସଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା  ।

ସଭାପତି ଶ୍ରୀ ମହାପାତ୍ର ଦୁଇ ନୂତନ ସଦସ୍ୟଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରାଧାକୃଷ୍ଣ ସାହୁ, ସାମ୍ବାଦିକ ପ୍ରତାପ ପାତ୍ର ବକ୍ତବ୍ୟ ପ୍ରଦାନ କରି ବାଲିଆପାଳ ରୋଟାରୀ କ୍ଲବ କିଛି ନୂତନ ଜନହିତକର କାର୍ଯ୍ୟ କରି ଏକ ନୂତନ ପରିଚୟ ସୃଷ୍ଟି କରୁ ବୋଲି କହିଥିଲେ । ବାଲିଆପାଳ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ପଛରେ ପଡିଥିବାରୁ ରୋଟାରୀ କ୍ଲବ ବର୍ଷର ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଶିବିର, ଚକ୍ଷୁ ଚିକିସôା ଓ ମୋତିଆ ବିନ୍ଦୁ ଅପରେସନ ପ୍ରଭୃତି କାର୍ଯ୍ୟକ୍ରମ ହାତକୁ ନେଉ ବୋଲି ପରାମର୍ଶ ଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ଅତନୁ ପାଳ, କୁଞ୍ଜକାନ୍ତ ପାତ୍ର, ବିଷ୍ଣୁପଦ ପାତ୍ର, ସଞ୍ଜୟ କୁମାର ଦେ, ଡଃ ସନ୍ତୋଷ କୁମାର ଦାସ, ହୃଦୟରଞ୍ଜନ ତ୍ରିପାଠୀ, ବିଜୟ ସାମଲ, ଧନଞ୍ଜୟ ପାତ୍ର, ପ୍ରଭାତ ସାହୁ, ପ୍ରଦୀପ କର, ତାପସ କୁମାର ସାମଲ, ପଦ୍ମଲୋଚନ ଚକ୍ରବର୍ତ୍ତୀ, ଶୁଭା୍ରଂଶୁ ବିଶ୍ୱାଳ, କାର୍ତ୍ତିକେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ଶେଷରେ ରୋଟାରିଆନ ସୁଶାନ୍ତ ଚକ୍ରବର୍ତ୍ତୀ ଧନ୍ୟବାଦ ଦେଇଥିଲେ  ।

Leave A Reply