ନୀଳଗିରି : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ପରିବାରକୁ ରେସନ ସାମଗ୍ରୀ ଯୋଗାଇ ଆସୁଥିବା ବେଳେ ଡିଲର ମାନେ କିଭଳି ବର୍ଷ ବର୍ଷ ଧରି ମଲା ଲୋକଙ୍କ ନାମରେ କାର୍ଡ଼ରଖି ଖାଉଟି ସାମଗ୍ରୀ ଚଳୁ କରି ଚାଲିଛନ୍ତି, ତାହାର ଜୀବନ୍ତ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ର ସଜନାଗଡ଼ ପଞ୍ଚାୟତରେ ଦେଖିବାକୁ ମିଳିଛି । ଘଟଣା ବାବଦରେ ନୀଳଗିରି ବିଧାୟକ ସଠିକ୍ ତଥ୍ୟ ପାଇଲା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ବାଲେଶ୍ୱର ଜିଲ୍ଲାପାଳ ଓ ନୀଳଗିରି ଉପ-ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଚିଠି ଲେଖିଛନ୍ତି ।
ସୂଚନା ଅନୁଯାୟୀ ସଜନାଗଡ଼ ପଞ୍ଚାୟତରେ ବା‚ାନିଧି ବାରିକ ଓ ପ୍ରକାଶ ବିଶ୍ୱାଳ ୨ଜଣ ଡିଲର ଥିବା ବେଳେ ଏମାନେ ବର୍ଷ ବର୍ଷ ଧରି ମଲା ଲୋକଙ୍କ କାର୍ଡ଼ଧରି ଖାଉଟି ସାମଗ୍ରୀ ହଜମ୍ କରି ଚାଲିଥିବା ବେଳେ ଆଜି ତାର ପର୍ଦାପାଶ୍ ହୋଇଛି । ବାଣ୍ଠିଆପଡ଼ା ଗ୍ରାମର ଚମ୍ପାମଣୀ ସିଂ, ଯାହା କାର୍ଡ଼ ନମ୍ବର- ୦୨୦୭୨୨୧୧୦୬୭ ଥାଇ ଆଜକୁ ବହୁଦିନ ପୂର୍ବରୁ ମୃତୁ୍ୟବରଣ କରିଥିବା ବେଳେ ଡିଲର ବା‚ାନିଧି ବାରିକ ଉକ୍ତ ବ୍ୟକ୍ତିଙ୍କ ନାମରେ ଖାଉଟି ସାମଗ୍ରୀ ଉଠାଇ ଚାଲିଛି ।
ସେହିପରି ନୂଆସାହି ଗ୍ରାମର ଗରୁବାରୀ ମଢ଼େଇଙ୍କ ନାମରେ ୦୨୦୭୨୨୧୧୧୯୮ ରେସନକାର୍ଡ଼ ଥିବା ବେଳେ ଗୁରୁବାରୀ ମଢ଼େଇ ଆଜକୁ ପ୍ରାୟ ୧ବର୍ଷ ପୂର୍ବେ ମୃତୁ୍ୟବରଣ କରିଥିବା ବେଳେ ପରିବାର ଅନ୍ୟ ସଦସ୍ୟମାନେ ରହିଥିବା ବେଳେ ସମ୍ପୃକ୍ତ ଡିଲର ସେମାନଙ୍କୁ ରେସନ ସାମଗ୍ରୀ ନଦେଇ ଖାଇ ଚାଲିଛନ୍ତି । ସେହିପରି ତେଣ୍ଡା ଗ୍ରାମର ବସନ୍ତ କୁମାର ସିଂଙ୍କ ନାମରେ ରେସନକାର୍ଡ଼ ରହିଥିବା ବେଳେ ତାଙ୍କର ମୃତୁ୍ୟ ମଧ୍ୟ ହୋଇଯାଇଛି ।
ବସନ୍ତଙ୍କର ମୃତୁ୍ୟପରେ ପରିବାରର ସଦସ୍ୟଙ୍କ ନାମ କାର୍ଡ଼ରେ ରହିଥିବା ବେଳେ ସମ୍ପୃକ୍ତ ଡିଲର ରେସନ ନଦେଇ ମାସ ମାସ ଧରି ଚଳୁ କରିଚାଲିଛି । ବଡ଼ ଆଶ୍ଚର୍ଯ୍ୟର କଥା ସଜନାଗଡ଼ ପଞ୍ଚାୟତର ଗାଦି ସିଂ ଓ ପ୍ରଭାତୀ ସିଂ ୨ଜଣଙ୍କ ନାମରେ ରେସନ କାର୍ଡ଼ ଥିବା ବେଳେ ରେସନ ସାମଗ୍ରୀ ଉଠାଇ ଚାଲିଥିବା ବେଳେ ମାତ୍ର ସରକାର କରୋନା ପାଇଁ ପି.ଡି.ଏସ୍. ଏକ ହଜାର ଟଙ୍କା କାର୍ଡ଼ଧାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିବା ବେଳେ ଏହି ୨ଜଣ କାର୍ଡ଼ଧାରୀଙ୍କ ଟଙ୍କା ପାଇନଥିବାର ଜଣାପଡିଛି । ରେସନ ସାମଗ୍ରୀ ନେବା ବେଳେ ଜୀବିତ ମାତ୍ର ଟଙ୍କା ପୈଠ ବେଳେ ୨ଜଣ କଣ ଭୂତ ହୋଇଗଲେ କି ? ସେହିପରି ଡିଲର ବା‚ାନିଧି ବାରିକ ନିଜର ମାନବିକତା ହରାଇ ନୂଆସାହି ଗ୍ରାମର ଗୁରୁବାରୀ ମଢ଼େଇଙ୍କ ନାମରେ ରେସନକାର୍ଡ଼ ଥିବା ବେଳେ ଗୁରୁବାରୀ ନିୟମିତ ରେସନ ଉଠାଇ ଚାଲିଥିଲେ ।
ମାତ୍ର ତାଙ୍କର ଆଜକୁ ପ୍ରାୟ ୧ବର୍ଷ ତଳେ ମୃତୁ୍ୟ ହୋଇଥିବା ବେଳେ ରେସନକାର୍ଡ଼ରେ ପୁଅ ସୁଦର୍ଶନ ମଢ଼େଇଙ୍କ ନାମ ରହିଥିବା ବେଳେ ଡିଲର ବା‚ାନିଧି ବାରିକ ମାସ ମାସ ଧରି ସାମଗ୍ରୀ ନଦେଇ ଚଳିତ ୨ମାସର ସାମଗ୍ରୀ ଦେଇଥିବାର ଏଫିଡେଭିଟ୍ କରି ନୀଳଗିରି ଉପ-ଜିଲ୍ଲାପାଳ ଓ ନୀଳଗିରି ବିଧାୟକଙ୍କୁ ସୁଦର୍ଶନ ମଢ଼େଇ ପ୍ରଦାନ କରିଛନ୍ତି । ସେହିପରି ଉକ୍ତ ପଞ୍ଚାୟତର ୨ନମ୍ବର ଡିଲର ପ୍ରକାଶ ବିଶ୍ୱାଳ ଅନୁରୂପ ଭାବେ ବାଣ୍ଠିଆପଡ଼ା ଗ୍ରାମର ମାମାମଣୀ ସିଂ ଯାହାଙ୍କ କାର୍ଡ଼ ନମ୍ବର – ୦୨୦୭୨୨୧୧୧୯୧ ରହିଥିବା ବେଳେ ବହୁ ମାସ ପୂର୍ବରୁ ମୃତୁ୍ୟବରଣ କରିଥିବା ବେଳେ ତାର ରେସନ ସାମଗ୍ରୀକୁ ଡିଲର ପ୍ରକାଶ ବିଶ୍ୱାଳ ହରିଲୁଟ୍ କରିଚାଲିଛନ୍ତି । ଏପରିକି ହଜାର ହଜାର ଲିଟର କିରୋସିନି ସମ୍ପୃକ୍ତ ଡିଲର ୨ଜଣ କଳାବଜାରୀ କରୁଥିବାର ଅଭିଯୋଗ ମଧ୍ୟ ହୋଇଛି । ଏ ନେଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଲିଖିତଭାବେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ବାଲେଶ୍ୱର ଜିଲ୍ଲାପାଳ, ନୀଳଗିରି ଉପ-ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ।
