ବାଲେଶ୍ୱର : କୋଲକତାସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀର ଆଞ୍ଚଳିକ କାର୍ଯ୍ୟାଳୟପକ୍ଷରୁ ଏହାର ନିଜସ୍ୱ ପ୍ରେକ୍ଷାଳୟରେ ଏକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ବଙ୍ଗଳାକବି ସୁବୋଧ ସରକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ବିଶିଷ୍ଟ ଇଂରାଜୀ କବି ଦାନ୍ତେ ମିଶୋ ପ୍ରାରମ୍ଭରେ କବିଙ୍କୁ ଉତ୍ତରୀୟ ଓ ପୁସ୍ତକ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏକାଡେମୀର ଆଞ୍ଚଳିକ ସଚିବ ଡ. ଦେବେନ୍ଦ୍ର କୁମାର ଦେବଶେ । କବିତା ପାଠ ସହିତ ଦାନ୍ତେ ମିଶୋ ନିଜ କାବ୍ୟ ଯାତ୍ରାର ସଂକ୍ଷିପ୍ତ ବିବରଣୀ ପ୍ରକାଶ କରିଥିଲେ । ଭାରତୀୟ ସଂସ୍କୃତି ଏବଂ ପଶ୍ଚିମ ବଙ୍ଗ ସହ ସମ୍ପୃକ୍ତି ତାଙ୍କ କବିତାକୁ ନୂଆଦିଗ ଦେଖାଇଛି ବୋଲି କହିଥିଲେ । କବିତା ପାଠପରେ ଉପସ୍ଥିତ ଲେଖକ ଲେଖିକାଙ୍କ ସହ ଅନ୍ତରଙ୍ଗ ଆଳାପ କରିଥିଲେ ଓ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏକ ପ୍ରଶ୍ନର ଉତ୍ତର ଛଳରେ ସେ କହିଥିଲେ ଜଣେ କବିର କୌଣସି ଦେଶ ନଥାଏ । ସେ ସମଗ୍ର ବିଶ୍ୱର ନାଗରିକ । ସଭାପତି ସୁବୋଧ ସରକାର ନିଜ ବକ୍ତବ୍ୟରେ ମିଶୋଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବେଳର ସ୍ମୃତି ·ରଣ କରିବା ସହିତ ମିଶୋଙ୍କ କବିତାର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ । ଡକ୍ଟର ସରକାର ମିଶୋଙ୍କ ୨ଟି ଚର୍ଚ୍ଚିତ କବିତାର ବଙ୍ଗଳା ଅନୁବାଦ ପାଠ କରିଥିଲେ । ଶେଷରେ ଏକାଡେମୀର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ୱତ ସମାବେଶରେ ସହରର ବହୁ ସାହିତି୍ୟକ ଓ ବିଦ୍ୱାନ ମାନେ ଯୋଗଦେଇଥିଲେ । (ଫଟୋ)