ନୀଳଗିରି : ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଓଆର୍୦୧ଡି -୯୦୮୧ନମ୍ବର ବିଶିଷ୍ଟ ଧଳାରଙ୍ଗର ପିକ୍ଅପ୍ ଗାଡ଼ିରେ ୮ଖଣ୍ଡ ଆମ୍ବଗଣ୍ଡି ଓ ୧୧ଖଣ୍ଡ ତୁଡୁରା ଗଣ୍ଡି ବୋଝେଇ ହୋଇ ସୋମନାଥପୁର ରାସ୍ତାରେ ଯାଉଥିବା ସମୟରେ ସୋମନାଥପୁର ଗ୍ରାମ ନିକଟରେ ବନବିଭାଗ କର୍ମ·ରୀମାନେ ଗାଡ଼ିଟିକୁ ଧରି ସେଥିରେ ଥିବା କାଠକୁ ଜବଦ କରିବା ସହ ଜାମୁଡ଼ିହାସ୍ଥିତ ନର୍ସରୀକୁ ନେଇଯାଇଛନ୍ତି । ଜବଦକାଠର ମୂଲ୍ୟ ଆନୁମାନିକ ୧ଲକ୍ଷ ଟଙ୍କା ହେବବୋଲି କୁହାଯାଉଛି । ଏହି ଚଢାଉରେ ନୀଳଗିରି ରେଞ୍ଜ ଅଧିକାରିଣୀ ଆଇସା ଏ ନିଶା, ନୀଳଗିରି ଫରେଷ୍ଟର, ମିତ୍ରପୁର ଫରେଷ୍ଟର, ମିତ୍ରପୁର ଫରେଷ୍ଟଗାର୍ଡ ଓ ସବୁଜ ବାହିନୀ ସାମିଲ ଥିବା ବେଳେ ପିକ୍ଅପ୍ ଗାଡ଼ି ଡ୍ରାଇଭରକୁ ଗିରଫ କରାଯାଇ ଜଙ୍ଗଲ ବିଭାଗ କାର୍ଯ୍ୟାଳୟରେ ମୋକଦ୍ଦମା ରୁଜୁପରେ କୋର୍ଟ ·ଲାଣ କରାଯାଇଛି । (ଫଟୋ)