Odisha news

ବଡ଼ମ୍ବା ଓକିଲସଙ୍ଘ ନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ 

0
ବଡ଼ମ୍ବା ୦୫/୦୪- ବଡ଼ମ୍ବା ଓକିଲ ସଙ୍ଘ ତରଫରୁ ନବ ନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଓକିଲ ସଙ୍ଘ ସଭାଗୃହରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଆଇନଜୀବି ଅଜିତ ପ୍ରସାଦ ଚୌଧୁରୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳିତ ଓକିଲ ସଙ୍ଘ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଉପସଭାପତି ଦିଲ୍ଲୀପ କୁମାର ସାମନ୍ତ, ସମ୍ପାଦକ ମନୋଜ କୁମାର ପଣ୍ଡା, ସହ ସମ୍ପାଦକ ଶ୍ରୀଧର କୁମାର ମହାନ୍ତି, କୋଷାଧ୍ୟକ୍ଷ ସଞ୍ଜୁଲତା ଦେଇ, ଗ୍ରନ୍ଥାଗାରିକ ସୁଦାମ ଚରଣ ନାୟକ ଓ କାର୍ଯ୍ୟକାରୀ ସଦସ୍ୟ ସଲିଲ କୁମାର ଜେନା, ବିଷ୍ଣୁଯଶ ବନଟାନନ୍ଦ ଆଚାର୍ଯ୍ୟ, ଲକ୍ଷ୍ମୀପ୍ରିୟା ପାଳ, ପ୍ରଭାତ ରଞ୍ଜନ ବଳିୟାରସିଂହ ପ୍ରମୁଖଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ | ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ବିଧୁଭୂଷଣ ମହାନ୍ତି, ପରେଶ କୁମାର ମହାନ୍ତି, ସନ୍ତୋଷ କୁମାର ବେହେରା, ସରୋଜ କୁମାର ଶୁକ୍ଳ, ପ୍ରମୁଖ ସମସ୍ତ ଆଇନଜୀବି ଉପସ୍ଥିତ ରହିଥିଲେ |
Leave A Reply