Odisha news

ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ

0

ଜଗନ୍ନାଥ ପ୍ରସାଦ :୫/୪(ଗଞ୍ଜାମ ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର)  : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି । ସ୍ଥାନୀୟ ଥାନା ଅଧୀନ ଜମାଗୋରଡା ସ୍ଥିତ ଓଡିଶା ଆଦର୍ଶ ସବିଦ୍ୟାଳୟ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି I ମୃତ ଛାତ୍ରୀ ଜଣକ ହେଲେ ବିଡିପୁର ଗ୍ରାମର ମଦନ ରଥଙ୍କ ଏକମାତ୍ର ଝିଅ ବିଦ୍ୟୁଷା ରଥ (୧୪) I ସୂଚନା ମୁତାବକ ମୃତ ଛାତ୍ରୀ ଜଣକ ସ୍କୁଲରେ ପଢ଼ୁଥିବା ସମୟରେ ପେଟରେ ଦରଜ ଆସିବା ସହ ଅସୁସ୍ଥ ଅନୁଭବ କରିଥିଲେ I ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ସଙ୍ଗେ ସଙ୍ଗେ ଖବର ଦେବା ସହ ସ୍ଥାନୀୟ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ l ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଯୋଗୁଁ ଅନ୍ୟତ୍ର ଏକ ଗାଡି କରି ଜଗନ୍ନାଥ ପ୍ରସାଦ ମେଡିକାଲରେ ଭର୍ତି କରାଇଥିଲେ l ଚିକିତ୍ସା ପରେ କିଛି ସମୟ ଆରାମ ଲାଗିବା ଯୋଗୁଁ ଛାତ୍ରୀଙ୍କୁ ନିଜ ଗ୍ରାମ ବିଡିପୁର ଫେରିଯାଇଥିଲେ I କିନ୍ତୁ ଘରେ ପହଁଚିବାର କିଛି କ୍ଷଣ ପରେ ପୁଣି ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା I ଉର୍ନତ ଚିକିତ୍ସା ପାଇଁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ନେବା ସମୟରେ ବାଟରେ ଅଚେତ ହୋଇ ପଡ଼ିଥିଲେ I ମେଡିକାଲ ପହଞ୍ଚିବା ପରେ ଡାକ୍ତର ଛାତ୍ରୀ ବିଦ୍ୟୁଷାକୁ ମୃତ ଘୋଷଣା କରିଥିଲେ I ଏହି ଦୁଃଖଦ ଖବର ଶୁଣିବା ପରେ ଗ୍ରାମରେ ଏବଂ ସ୍କୁଲ ଓ ସାଙ୍ଗସାଥିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି I ସ୍କୁଲରେ ସେ ଜଣେ ଉତ୍ତମ ଓ ମେଳାପୀ ଛାତ୍ରୀ ଥିବା ସ୍କୁଲ ପାଖରୁ କୁହାଯାଇଛି I

Ad2
Leave A Reply