Odisha news

ନିକଟସ୍ଥ ୫୭ନଂ ଜାତୀୟ ରାଜପଥ ଉପରେ ଡକାୟତି ଉଦ୍ୟମ ପଣ୍ଡ; ୫ଗିରଫ

0

ଖୋର୍ଦ୍ଧା : ଜୟମଙ୍ଗଳ ନିକଟସ୍ଥ ୫୭ନଂ ଜାତୀୟ ରାଜପଥ ଉପରେ ଯାଉଥିବା ଗାଡିରୁ ଡ଼କାୟତି କରିବାକୁ ଯୋଜନା କରୁଥିବାବେଳେ ଆଦର୍ଶଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ଚଢାଉ କରି ୫ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ରାଜସୁନାଖଳାର ସନାତନ ପରିଡା (୨୦), ଖୋର୍ଦ୍ଧା ଉପକଣ୍ଠ ତୋଟାପଡା ର କୁଦ୍ରତ ଅଲ୍ଲୀ ଖାନ(୩୫) ଏବଂ ବୋଲଗଡ ର ଦିବ୍ୟଜ୍ୟୋତି ରାଉତ(୧୯), ବିକୁ ସେଠୀ(୨୧) ଓ ସୂର୍ଯ୍ୟକାନ୍ତ ମହାରଣା(୨୨) , ସୂଚନା ଅନୁସାରେ, ଜୟମଙ୍ଗଳ ନିକଟସ୍ଥ ଜାତୀୟ ରାଜପଥ ଉପରୁ ଡ଼କାୟତି କରିବାକୁ ରାସ୍ତା ପାଶ୍ୱର୍ ଏକ ନିଛାଟିଆ ସ୍ଥାନରେ ବସି କିଛି ଯୁବକ ଯୋଜନା କରୁଥିବା ଆଦର୍ଶଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ।

ଏହାପରେ ପୁଲିସ ର ଏକ ଟିମ୍ ସେଠାରେ ସଦଳବଳେ ଯାଇ ଚଢ଼ାଉ କରି କାବୁ କରିନେଇଥିଲେ । ତେବେ ପୁଲିସ ସେମାନଙ୍କୁ ପଚରାଉଚରା ସମୟରେ ବିଳମ୍ବିତ ରାତ୍ରରେ ସେମାନେ ଜାତୀୟ ରାଜପଥରେ ଯାଉଥିବା ଗାଡି ମଧ୍ୟରୁ ଡ଼କାୟତି କରିବା ନେଇ ଯୋଜନା କରିଥିବା ପୁଲିସ ଆଗରେ ମାନିଥିବା ପୁଲିସ ପ୍ରକାଶ କହିଛିି । ସେମାନଙ୍କଠାରୁ ଖଣ୍ଡା, ଲୁହା ରଡ, ଭୁଜାଲି, ଲାଠି ଆଦି ମାରଣାସ୍ତ୍ର ଓ ୩ଟି ବାଇକ୍ କୁ ଜବତ କରିଥିବାବେଳେ ୧୮୫/୨୦ନମ୍ବର ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ପୁଲିସ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.