Odisha news

୨ବର୍ଷ ହେବ ନିଖୋଜ ଥିବା “ବନ୍ଦେ ଉକିଳ ଜନନୀ’ସ୍ରଷ୍ଠା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତର ସନ୍ଧାନ ମିଳିଲା

0

ଭଦ୍ରକ : ୨ଦିନର ଧାରଣା ପରେ ଦୀର୍ଘ ୨ବର୍ଷ ହେବ ନିଖୋଜ ଥିବା “ବନ୍ଦେ ଉକିଳ ଜନନୀ’ସ୍ରଷ୍ଠା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତର ସନ୍ଧାନ ମିଳିଛି । ସେହିପରି ଜିଲ୍ଲା ପ୍ରଶାସନର ଚରମ ଅବହେଳା ଘଟଣାର ଖୁଲାସା ବି ହୋଇଛି । ଦୀର୍ଘ ୨ବର୍ଷ ଧରି ବାଇପାସ୍‍ ଛକରେ ଥିବା ଏକ ଲଜ୍‍ରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଏହି ପ୍ରତିମୂର୍ତ୍ତକୁ ୨ଦିନ ଭିତରେ ସ୍ଥାପନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ପରବର୍ତ୍ତୀ ସମୟରେ ବାଇପାସ୍‍ ଛକରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ମଧ୍ୟ ଧାରଣାରତ କାନ୍ତକବି ମଞ୍ଚର ସଭ୍ୟମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ପ୍ରକାଶ ଥାଉକି, କାନ୍ତକବିଙ୍କ ଉଭାନ ପ୍ରତିମୂର୍ତ୍ତର ପୁନଃ ସ୍ଥ୍‍ାପନ ପାଇଁ ଆଇନଜୀବୀ ତଥା କାନ୍ତକବି ମଞ୍ଚର ଆବାହକ ଲକ୍ଷ୍ମୀଧର ବିଶ୍ୱାଳ ଗତକାଲି ମଙ୍ଗଳବାର ଉଭାନ୍‍ ପ୍ରତିମୂର୍ତ୍ତିର ପାଦମଣ୍ଡପରେ ଧାରଣାରେ ବସିଥିଲେ ।

ଆଜି କାନ୍ତକବି ମଞ୍ଚର ଏହି ଧାରଣାକୁ ସମର୍ଥନ ଜଣାଇ ଓଡିଶା ସ୍ୱାଭିମାନ ପରିଷଦର ପ୍ରତିନିଧି ଦଳ-ଡାକ୍ତର ନିରଞ୍ଜନ ବିଶ୍ୱାଳ ଓ ନିରୂପମା ଦାସ ଭୁବନେଶ୍ୱରରୁ ଆସି ଧାରଣାରେ ସାମିଲ ହୋଇଥିଲେ । ଏହା ବ୍ୟତୀତ ଆର୍ଯ୍ୟ ସମାଜ ପରିବାର ମୁଖ୍ୟ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଜିଲ୍ଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାପାତ୍ର, କଂଗ୍ରେସନେତା ସୁବ୍ରତ ଦାସ, କାନ୍ତକବି ମଞ୍ଚର ସଂଯୋଜକ ସୁଦାମ ଭୋଇ, ତ୍ୟାଗଭୂମି ସମ୍ପାଦକ ମୁଖ୍ୟ ଅଜୟ ନାୟକ, ଜଗନ୍ନାଥ ସଂସ୍କୃତିର ଗବେଷକ ଡ.ସଦାନନ୍ଦ ଦୀକ୍ଷିତ, କିନ୍ନର ସଂଘର ସୋନାଲି କିନ୍ନର, ବିଏସ୍‍ଏସ୍‍ ର ପ୍ରକାଶ ସ୍ୱାଇଁ, ଗାଁ ସାଥୀ ଜିଲ୍ଲା ସଂଘ ସଭାପତି ପ୍ରମୋଦ ମହାନ୍ତି, ଆର୍‍ଏସ୍‍ଏସ୍‍ର ହିତେଶ ମହାନ୍ତି, ସମାଜସେବୀ ପ୍ରାଧ୍ୟାପିକ ଡ.ରାଧାରାଣୀ ମହାପାତ୍ର, କବି ଗୀତାରାଣୀ ଆଇଚ ପ୍ରମୁଖ ଆଜି ଏହି ଧାରଣାରେ ସାମିଲ ହୋଇଥିଲେ ।

ପରେ ଟାଉନ ଥାନା ଆଇଆଇସି ଚନ୍ଦନ ଘଡେଇ ଧାରଣାସ୍ଥଳରେ ପହଞ୍ଚିଥିଲେ । ପରେ ଧାରଣାରତ କାନ୍ତକବି ମଞ୍ଚ ଓ ଓଡିଶା ସ୍ୱାଭିମାନ ମଞ୍ଚର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ୍‍ ମିଶ୍ରଙ୍କ କାର୍ଯ୍ୟାଳୟରେ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ କାନ୍ତକବି ମଞ୍ଚର ଆବାହକ ଲକ୍ଷ୍ମୀଧର ବିଶ୍ୱାଳ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ବିଏସଏସ୍‍ର ପ୍ରକାଶ ସ୍ୱାଇଁ ଓ ଓଡିଶା ସ୍ୱାଭିମାନ ପରିଷଦର କର୍ମକର୍ତ୍ତାମାନେ ଆଲୋ‘ନାରେ ଅଂଶ ଗ୍ରହଣ କରିଥିଲେ । ଆଲୋଚନା ସମୟରେ ଉଭାନ୍‍ ପ୍ରତିମୂର୍ତ୍ତିଟି ଲଜିଂରେ ଥିବାର ବିଏସ୍‍ଏସ୍‍ ସଦସ୍ୟଙ୍କ ଠାରୁ ସୂଚନା ପାଇବା ପରେ ଏହାକୁ ୨ଦିନ ମଧ୍ୟରେ ପୁର୍ନସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ପ୍ରତିମୂର୍ତ୍ତି ବେଢାଟି ଭାଙ୍ଗିରୁଜି ଯାଇଥିବା ବେଳେ ଏହାର ଚାରିପାଖ ଆବର୍ଜନାମୟ ହୋଇଥିବାରୁ ଏହାକୁ ମରାମତି ଓ ପରିସ୍କାର ତୁରନ୍ତ କରିବାକୁ ମଞ୍ଚର ଆବାହକ ଶ୍ରୀ ବିଶ୍ୱାଳ ଅତରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Nalco

Leave A Reply