ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ : ଡ୍ରେନେଜ ବ୍ୟବସ୍ଥା ସୃଦୃଢ ଓ ଚଳଚଞ୍ଚଳ ହେବାର ଆବଶ୍ୟକତା ରହିଛି-ଜଳ ସଂପଦ ମନ୍ତ୍ରୀ
ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ କହିଲେ ଯେ ଜଗତସିଂହପୁର ଜିଲ୍ଲା ମହାନଦୀ ଓ କାଠଯୋଡି ନଦୀର ମଧ୍ୟ ଭାଗରେ ଅବସ୍ଥିତ ।ତେଣୁ ଏହା ଏକ ବୁଡି ଅଞ୍ଚଳ ।ବନ୍ୟା ହେଲେ ଏହାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥାଏ ।ଜିଲ୍ଲା ପାଇଁ ଡ୍ରେନେଜ ବ୍ୟବସ୍ଥା ସୃଦୃଢ ଓ ଚଳଚଞ୍ଚଳ ହେବାର ଆବଶ୍ୟକତା ରହିଛି ।ବନ୍ୟା ସମୟରେ ଅନେକ ପାଟ ଜମି ବୁଡିଯାଇଥାଏ ଓ ଚାଷ ବିପର୍ଯ୍ୟୟ ହୋଇଥାଏ ।
ତେଣୁ ଚାଷ ଜମିରୁ ପାଣି ନିଷ୍କାସନ କରିବା ପାଇଁ ଓ ଅଟକ ଥିବା ଡ୍ରେନେଜ କାମକୁ ତ୍ୱରାନିତ୍ୱ କରିବା ପାଇଁ ଜିଲ୍ଲାପାଳ ଡ୍ରେନେଜ ବିଭାଗ ଓ କୃଷି ବିଭାଗ ସହିତ ସ୍ୱତନ୍ତ୍ର ବୈଠକ ଡକାଇ ଆଶୁ ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ପରାମର୍ଶ ଦେଇଥିଲେ । ଏହା ସହିତ ସମସ୍ତଙ୍କ ସଂଘବଦ୍ଧ କାର୍ଯ୍ୟପାଇଁ କୋଭିଡ-୧୯ର ସଫଳ ମୁକାବିଲା କରାଯାଉଛି ଓ ବଡ ଦୁର୍ବୀପାକରୁ ଜିଲ୍ଲା ବର୍ତ୍ତୀବାକୁ ଯାଉଛି ।ଜିଲ୍ଲାରେ ଇ-ଗଭର୍ଣ୍ଣାସ ପ୍ରଚଳନ କରି ଜିଲ୍ଲାପାଳ ସମସ୍ତ କାର୍ଯ୍ୟକୁ ଆଗେଇ ନେଉଛନ୍ତି ।
ଏହି ବୈଠକରେ ସ୍ଥାନୀୟ ବିଧାୟକ ଯୋଗ ଦେଇ ଆମ ଜିଲ୍ଲା ବନ୍ୟା ଓ ବାତ୍ୟା ପ୍ରପିଡିତ ଜିଲ୍ଲା ।ପ୍ରାକୃତିକ ବିପର୍ଯ୍ୟୟ ହେଲେ ଏହି ଜିଲ୍ଲା ବେଶୀ ପ୍ରଭାବିତ ହୋଇଥାଏ ।ଡ୍ରେନେଜ ସମସ୍ୟା ଆମର ଏକ ମୁଖ୍ୟ ସମସ୍ୟା । ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ଡ୍ରେନେଜ କାର୍ଯ୍ୟ ସମାପ୍ତ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।ଏହି ବୈଠକରେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ବିରିଡି ବ୍ଲକର ୨୨ ମୌଜା ଏକ ତଳି ଅଞ୍ଚଳ ହେଉଥିବାରୁ ଏଠାରେ ବର୍ଷା ଦିନେ ପାଣି ନିଷ୍କାସନ ହୋଇ ପାରେ ନାହିଁ ।ତେଣୁ ଏହି ଅ‚ଳରୁ ପାଣି ନିଷ୍କାସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ।ଚାଷୀ ଓ ଚାଷକୁ ଗୁରୁତ୍ୱ ଦିଆଯିବା ସହିତ ହଂସୁଆ ନଦୀର ବାକି ଥିବା କାର୍ଯ୍ୟକୁ ତୁରନ୍ତ ସମାପ୍ତ କରିବାକୁ କହିଥିଲେ ।
ଏହି ବୈଠକରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇ କହିଲେ ଯେ ଜିଲ୍ଲାପାଳଙ୍କ ତ୍ୱରିତ ପଦେକ୍ଷପ ପାଇଁ ପାରାଦ୍ୱୀପ ଶିଳ୍ପାଞ୍ଚଳରେ କୋଭିଡ-୧୯ର ସଫଳ ମୁକାବିଲା କରାଯାଇପାରିଛି ।ଏହି ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଲେ ଯେ ବାତ୍ୟା ଅମ୍ଫାନ ପାଇଁ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ବନ୍ୟା ପୁର୍ବରି ସେହିଭଳି ପଦେକ୍ଷପ ଗ୍ରହଣ କରାଯିବା ଉଚିତ ।ବନ୍ୟା ସମୟରେ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇବା,ବିଦ୍ୟୁତ ସରବରାହକୁ ସୁଗମ କରିବା,ବିଭିନ୍ନ ଅଞ୍ଚଳରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବା,ସ୍ପର୍ଶକାତର ଅଞ୍ଚଳକୁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।ବନ୍ୟା ପୁର୍ବରୁ ଦୁର୍ବଳ ନଦୀ ବନ୍ଧ ଚିହ୍ନଟ କରିବା,ଡ୍ରେନେଜ ଗୁଡିକୁ ସଫା କରିବା,ବିଭିନ୍ନ ସଯତାନରେ ଓହଳିଥିବା ସ୍ଥାନରେ ବିଦ୍ୟୁତ ତାର ଗୁଡିକୁ ଉପରକୁ ଉଠାଇବା,ବନ୍ୟା ସମୟରେ ଯନ୍ତ୍ର ଚାଳିତ ଡଙ୍ଗା ଓ ଦେଶୀ ଡଙ୍ଗା ମହଜୁଦ ରଖିବା,ନଳକୁପ ମରାମତି କରିବା,ସାପ କାମୁଡା େଓøଷଧ,ପଲିଥିନ ଆଦି ପର୍ଯ୍ୟାପ୍ତ ପରିମାଣରେ ରଖିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରିମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର,ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ପ୍ରକଳ୍ପ ନିଦେ୍ଦର୍ଶକ ସରୋଜକାନ୍ତ ସାହୁ,ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ,,ବିଭିନ୍ନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ,ସମସ୍ତ ବିଡିଓ,ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।