Odisha news

ଅବକାରୀ ବିଭାଗ ପକ୍ଷରୁ ଚଢାଉ।ମଦ ସହିତ ପୋଚ ନଷ୍ଟ

0
ଆଠଗଡ଼ ତା ୨୮ -୦୪-୨୪ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ଙ୍କ ନିର୍ଦ୍ଦେଶରେ ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ନିମାଇଁ ଚରଣ ସିଂହ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଠଗଡ଼ ଥାନା ଅନ୍ତର୍ଗତ କୋରୋଙ୍ଗା ଗ୍ରାମ ରେ  ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ଏବଂ ପୋଚ ଜବତ କରା ଯାଇ ନଷ୍ଟ କରା ଯାଇଛି। ସମୁଦାୟ ୩୮୧୫ ଲିଟର ଦେଶୀ ରନ୍ଧା ମଦ ଏବଂ ୬୯୩୦  ଲିଟର ଗୁଡ଼ ପୋଚ ନଷ୍ଟ ସହିତ ଏ ବାବଦରେ ତିନୋଟି ମାମଲା ରୁଜୁ କରା ଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଆଜିର ଏହି ଚଢାଉ ରେ ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ନିମାଇଁ ଚରଣ ସିଂହ , ଆଠଗଡ଼ ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ,  ସବ୍ ଇନ୍ସପେକ୍ଟର ଅରୁପ କୁମାର ଭୋଇ , ସୌମ୍ୟରଞ୍ଜନ ମାଝୀ , ଅଭିରାମ ସାହୁ,ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ସାମିଲ ହୋଇଥିଲେ।
Leave A Reply