Odisha news

ବିଜେଡି ରେ ଯୋଗଦେଲେ ବିଜେପି ମଣ୍ଡଳ ସଭାପତି

0

ଆଠଗଡ଼ ତା ୬-୪-୨୪ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ଉପସ୍ଥିତିରେ ଖୁଣ୍ଟୁଣୀ ଠାରେ ଘଣ୍ଟିଖାଲ ପୂର୍ବତନ ମଣ୍ଡଳ ସଭାପତି ତଥା ଆଠଗଡ଼ ତିନି ନଂ ଜୋନ ର ଜିଲ୍ଲାପରିଷଦ ପ୍ରାର୍ଥୀ ରଞ୍ଜନ କୁମାର ସେନାପତି ବିଜେଡି ରେ ଯୋଗଦେଇଛନ୍ତି।ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ବିଜେପି ର ପୂର୍ବତନ ମଣ୍ଡଳ ସଭାପତି ଙ୍କ ସହିତ କିଛି ଆଗ ଧାଡିର କର୍ମୀ ବିଜେଡି ରେ ମିଶିଛନ୍ତି। ଆଜିର ମିଶ୍ରଣ ପର୍ବରେ ମନ୍ତ୍ରୀ ଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ସମିତି ସଭ୍ୟ ଗଗନ ପରିଡ଼ା, ସୁବାଷ ବିଶ୍ୱାଳ , ବିପିନ ବିହାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply