Odisha news

ପୋଖରୀରେ ବୁଡି ନା-ବାଳକ  ମୃତ୍ୟୁ 

0
ଦଶପଲ୍ଲା ୬/୪ : ଦଶପଲ୍ଲା ଥାନା ଘୋଳା ହାଣ୍ଡି ପଞ୍ଚାୟତ ଗୁରିଆ ବାରି ଗ୍ରାମ  ପୋଖରୀ ରେ ବୁଡି ଜଣେ  ନା ବାଳକ ର ମୃତ୍ୟୁ ହୋଇଛି । ନା ବାଳକ ଙ୍କ ନାଁ ସୁଭମ ନାୟକ (୯ ବର୍ଷ ) ଓ ସେ ଜଣେ ଦିଵ୍ୟାଙ୍ଗ ଅଟନ୍ତି । ସବୁଦିନ ପରି ଶନିବାର ଦିନ  ସ୍କୁଲ ଛୁଟି ପରେ ଘରକୁ ଫେରିଥିଲା । ପରେ  ସୁଭମ  ତାର ସମ୍ପର୍କୀୟ ଭାଇ ସହ ଗାଁ ନିକଟ ପୋଖରୀ କୁ ଗାଧୋଇବାକୁ ଯାଇଥିଲା । ପ୍ରଥମେ ସୁଭମ ଗାଧୋଇ ସାରିବା ପରେ ସାଥିରେ ଯାଇଥିବା ସମ୍ପର୍କୀୟ ଭାଇ ତାଙ୍କୁ ଘରକୁ ଯିବାପାଇଁ କହି ନିଜେ ଗାଧୋଇବାକୁ ପାଣିଭିତରକୁ ଯାଇଥିଲେ । ମାତ୍ର ସମ୍ପର୍କୀୟ ଭାଇ ଗାଧୋଇ ସାରି ଘରେ ପହଂଚି ଥିଲେ ମଧ୍ୟ  ସୁଭମ ଘରେ ନ ଥିବା ଦେଖିଥିଲେ । ସୁଭମ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ ମାତ୍ର ପାଇ ନଥିଲେ । ଶେଷରେ ଯେଉଁ ପୋଖରୀରେ ସୁଭମ ଗାଧାଉଥିଲା ସେହି ପଖରୀରେ ଖୋଜା ଖୋଜି କରିଥିଲେ । ପୋଖରୀରେ ଖୋଜା ଖୋଜି କରିବା ସମୟ ରେ  ପୋଖରୀ ରୁ ସୁଭମ  ର ଅଚେତ ଶରୀର ମିଳିଥିଲା । ସଙ୍ଗେ ସଙ୍ଗେ  ତାଙ୍କୁ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁଭମ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ରେ ଶୋକର ଛାୟା ଖେଳି ଯାଇଛି । ଏହି ଘଟଣା ରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସୁଭମ ଙ୍କ ଶବ ବ୍ୟବଚ୍ଛେଦ କରିଛି ।
Nalco
Leave A Reply