Odisha news

ବନ୍ୟପ୍ରାଣୀ ଛାଲ ଜବତ ଘଟଣା : ଅଭିଯୁକ୍ତ କୁ ୩ ବର୍ଷ ଜେଲ ଦଣ୍ଡ

0
ଦଶପଲ୍ଲା ୬/୪ :  ଭୁବନେଶ୍ୱର ସ୍ୱତନ୍ତ୍ର ଏସ ଟି ଏଫ ଟିମ ଦ୍ୱାରା ଧାରା ହୋଇଥିବା ଦୁଇଟି ଚିତାବାଘ , ହରିଣ, ସାଳିଆପତିନି ଛାଲ ସହ ବଜ୍ରକାପ୍ତା କାତି, ବାର୍ହା ଦାନ୍ତ ଜବତ ଘଟଣାରେ ଅଭିଯୁକ୍ତ ଭାଗବତ ମାଝୀ ଓରଫ ରମେଶ କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ୧୮ ହଜ଼ାର ଟଙ୍କା ଜୋରିମାନା କରାଯାଇଛି । ଦଶପଲ୍ଲା ଜେଏମ ଏଫ ସି ସୌମ୍ୟ ରଞ୍ଜନ ପୃଷ୍ଟି ଏହି ମାମଲା ର ବିଚାର କରି ଏହି ଦଣ୍ଡ ଘୋଷଣା କରିଛନ୍ତି । ଫଳରେ ଅଭିଯୁକ୍ତ ଭାଗବତ କୁ ଦଶପଲ୍ଲା ସବଜେଲ କୁ ପଠାଇ ଦିଆ ଯାଇଛି । ସୂଚନା ଯୋଗ୍ୟ ଯେ, ୨୦୨୨ ମସିହାରେ ଗୁଇନ୍ଦା ରିପୋର୍ଟ କୁ ଆଧାର କରି ଏସ ଟି ଏଫ ଇନ୍ସପେକଟର ଜଗନ୍ନାଥ ପ୍ରସାଦ ସାହୁ ସଦଳବଳେ ଚୋରାରେ ବିକ୍ରୟ ପାଇଁ ଭାଗବତ ରଖିଥିବା ଦୁଇଟି ଚିତାବାଘ ,ହରିଣ, ସାଳିଆପତିନି ଛାଲ,ବାର୍ହା ଦାନ୍ତ ଓ ବଜ଼ରକାପ୍ତା କାତି କୁ ଭୋଗବାଡି ଠାରେ ଭାଗବତ ଠାରୁ ଜବତ କରିଥିଲେ । ପରେ ଏସ ଟି ଏଫ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଭାଗବତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।
Nalco
Leave A Reply