Odisha news

ଆଠଗଡ ଵିଜୁ ଜନତା ଦଳ ତରଫରୁ ଏକ ନମ୍ବର ଜୋନ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ।

0
 ଆଠଗଡ଼ ୭-୧୦-୨୩ ବିଜୁଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ କରି  ଅକ୍ଟୋବର ମାସ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଶନିବାର ଆଠଗଡ ଵିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦ ଯାତ୍ରା କୁଲାଇଲୋ ପଞ୍ଚାୟତ ତଳଗଡ଼ ଠାରୁ ଆରମ୍ଭ ହୋଇ  ପାଟଲିଙ୍ଗା  ଶିଳାପାଟ କୁଲାଇଲୋ କରକମଲ ନାଉରଥ  ତରଡିଙ୍ଗ ତେନ୍ତୁଳିଆ ବାଇଲୋ  ଯୋରନ୍ଦା ଠାରେ ଶେଷ ହୋଇଥିଲା  ।ଏହି ପଦଯାତ୍ରା ରେ ଵିଜୁ ଜନତା ଦଳ ସଭାପତି ରବୀନ୍ଦ୍ର ନାଥ ରାଉତ ଶୁଭାରମ୍ଭ କରିଥିଲେ ଏବଂ  ମୁଖ୍ୟ ଅତିଥି ଭାବରେ   ଯୁବ ସମାଜସେବୀ  ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ । ଏହି ପଦଯାତ୍ରାକୁ ସଫଳ କରିବା ଏବଂ ସରକାରଙ୍କ ଜନହିତକର ଯୋଜନା ନିର୍ବାଚନମଣ୍ଡଳୀର ସମସ୍ତ ଘରେ ଘରେ ପାଖରେ ଯଦି ପହଞ୍ଚାଇପାରିବା ତେବେ ବିଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନରେ ପରିଣତ ହୋଇପାରିବ । ଆଜିର
ପଦଯାତ୍ରାରେ  କୁଲାଇଲୋ ସରପଞ୍ଚ ସୁଜାତା ବେଉରା ସମିତିସଭ୍ୟ ଅନୁସୟା ସ୍ୱାଇଁ ତରଡିଙ୍ଗ ସରପଞ୍ଚ ସିଦ୍ଧାନ୍ତ ଦଳେଇ , ଯୋରନ୍ଦା ସରପଞ୍ଚ କମଳା ନାୟକ ସମିତି ସଭ୍ୟ ମାନସ ସ୍ୱାଇଁ , ଦଳୀୟ ସଭାପତି ମାନଙ୍କ ଯୋଗ ଦେଇଥିଲେ । ଏକ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା,  ସୁନୀଲ କୁମାର ପରିଡା ,  ଲଳିତେନ୍ଦୁ ସେନାପତି,  ଛାତ୍ର ଜନତା ସଭାପତି ସତ୍ୟପ୍ରିୟ ମହାନ୍ତି, ,ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା,  ବଂଶୀଧର ମହାନ୍ତି ହାଡିବନ୍ଧୁ ସ୍ୱାଇଁ ସୁଶାନ୍ତ ଦାସ , ସଂଗ୍ରାମ କିଶୋର ସ୍ୱାଇଁ , ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ ,ଗୋଲଖ ବିହାରି ସ୍ୱାଇଁ ସମେତ ବ୍ଲକର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ଦଳୀୟ କର୍ମୀ ଯୋଗ ଦେଇଥିଲେ ।
Ad2
Leave A Reply