Odisha news

ଶହୀଦ ସରୋଜ ଦାସଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି

0

 ଶହୀଦ ସରୋଜ ଦାସଙ୍କ ପରିବାର ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇଲେ ରାଜ୍ୟ ସଭାପତି
 ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳୀ ଦେଲେ ବିଜେପି ନେତୃବୃନ୍ଦ

ଭୁବନେଶ୍ୱର, ତା.୦୭/୧୦: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଦୀଘି ପଂଚାୟତର କେନ୍ଦୁଢ଼ିପ ଗାଁର ସରୋଜ ଦାସଙ୍କ ସିକିମ ବନ୍ୟାରେ ଶହୀଦ ହୋଇଯାଇଛନ୍ତି । ସହିଦ ସରୋଜ ଦାସ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାଗ ବର୍ଗଙ୍କୁ ଗଭୀର ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶହୀଦ ସରୋଜ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ପାର୍ଥôବ ଶରୀରର ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

 

 

Nalco
Leave A Reply