Odisha news

ବନବିଭାଗ ପକ୍ଷରୁ ଚଢାଉ ୧୦ କିଲୋଗ୍ରାମ ହରିଣ ମାଂସ ଜବତ।

0
ଆଠଗଡ଼ ତା ୯-୯-୨୩ ଆଜି ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ରେ ବିଭାଗୀୟ କର୍ମଚାରୀମାନେ ଜଙ୍ଗଲ ଭିତରେ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ହରିଣର ଚମଡା ମୁଣ୍ଡ ଏବଂ ପାଖାପାଖି ଦଶ କିଲୋ ମାଂସ ଉଦ୍ଧାର କରିଥିଲେ। ଆଜି ସକାଳ ପ୍ରାୟ ଦଶଟା ସମୟ ରେ ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ ଙ୍କ ସହିତ ଫରେଷ୍ଟ ଗାର୍ଡ ପ୍ରମୋଦ କୁମାର ନାୟକ ବିଶେଷ ସୂତ୍ରରୁ ଖବର ପାଇ ଶଙ୍ଖପୋଇ ସଂରକ୍ଷିତ ଜଙ୍ଗଲର ଡବାଗାଡିଆ ଗ୍ରାମ ନିକଟ ରେ ପଲିଥିନ ରେ ବନ୍ଧା ଯାଇଥିବା ଦଶ କିଲୋ ମାଂସ ଗୋଟିଏ ହରିଣର ମୁଣ୍ଡ ଏବଂ ଚମଡା ଏକ ଜରି ପ୍ୟାକେଟ ରେ ଥିବା ଜବତ କରି ଥିଲେ।ଏ ବାବଦରେ କାହାକୁ ଗିରଫ କରା ଯାଇ ନ ଥିବା ବେଳେ ଏକ ଅପମୃତ୍ୟୁ ମାମଲା ୧୫/୨୩ ରୁଜୁ କରି ଗୁରୁଡିଝାଟିଆ ପାଣୀ ଚିକିତ୍ସକ ଙ୍କ ଦ୍ଵାରା ବ୍ୟବଚ୍ଛେଦ କରିବା ପରେ ମାଟି ତଳେ ପୋତି ଦେଇଥିବା ଜଣାଯାଇଛି।
Nalco
Leave A Reply